ବାଲେଶ୍ୱର ସୋର ରେଳଷ୍ଟେସନ ନିକଟରୁ ୨ଟି ଅଜଣା ମୃତଦେହ ଉଦ୍ଧାର

90

ବାଲେଶ୍ୱର : ବାଲେଶ୍ୱର ସୋର ରେଳଷ୍ଟେସନ ନିକଟରୁ ୨ଟି ଅଜଣା ମୃତଦେହ ଉଦ୍ଧାର । ମୂଳିସିଂ ଗାଁ ନିକଟ ରେଳ ଧାରଣାରୁ ମିଳିଛି ଏହି ମୃତଦେହ । ହାୱଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସରେ କଟି ଏମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଆଜି ସକାଳେ ଗ୍ରାମବାସୀ ରେଳ ଲାଇନରେ ମୃତଦେହ ପଡିରହିଥିବା ଦେଖିଥିଲେ । ଦୁଇଜଣଙ୍କ ପରିଚୟ ମିଳିନଥିବାବେଳେ ଏମାନେ ଦମ୍ପତି ବୋଲି ଅନୁମାନ କରାଯାଉଛି। ଦୁହେଁ ଟ୍ରେନରୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜଣାପଡୁଛି । ସୋର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।