କ୍ଷମା ମାଗିଲେ ଜୁଏଲ ! ଆଦିବାସୀଙ୍କୁ ବିଜୟ ମାଲ୍ୟା ପରି ସ୍ମାର୍ଟ ହେବାକୁ କହି ହୋଇଥିଲେ ବିବାଦୀୟ ।

69

କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କଠିନ ପରିଶ୍ରମ ନକରି ବଂର ବିଜୟ ମାଲ୍ୟା ପରି ସ୍ମାର୍ଟ ହେବାପାଇଁ ଆଦିବାସୀଙ୍କ ଉଦ୍ଦେଶ୍ୟରେ କହି ବିବାଦୀୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ ଏନେଇ ଜାତୀୟ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ କହିଛନ୍ତି ଯେ, ବିଜୟ ମାଲ୍ୟାଙ୍କ ଉଦାହରଣ ଦେବା ପରିବର୍ତ୍ତେ ଅନ୍ୟମାନଙ୍କ ଉଦାହରଣ ଦେବାରଥିଲା ବୋଲି କହିଛନ୍ତି ଜୁଏଲ ।

ଗତକାଲି ହାଇଦ୍ରାବାଦ ଠାରେ ଅନୁଷ୍ଠିତ ‘ନ୍ୟାସନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରେନ୍ୟୁୟର୍ସ କନ୍କ୍ଲେଭ୍ ୨୦୧୮’ ରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି କଠୋର ପରିଶ୍ରମୀ ନୁହେଁ ବରଂ ସ୍ମାର୍ଟ ପରିଶ୍ରମୀ ହୁଅ । ଆଦିବାସୀ ସମ୍ପ୍ରଦାୟ ଉଦ୍ୟୋଗୀର ଉଚ୍ଛ୍ୱାସ ବଢ଼ାନ୍ତୁ ବୋଲି ସେ କହିବା ସହ ସଫଳ ବାଣିଜ୍ୟ ସାମ୍ରାଜ୍ୟ ଗଠନ କରିଥାଇ ମଧ୍ୟ ଆଇନ୍ ଓଲଟା ଦିଗରେ ଯାଇ ନଷ୍ଟ ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ସମସ୍ତେ ବିଜୟ ମାଲ୍ୟାଙ୍କୁ ଲୋକଗାଳି ଦେଉଛନ୍ତି । କିନ୍ତୁ ବିଜୟ ମାଲ୍ୟାଙ୍କ ବିଷୟରେ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ସେ ଜଣେ ଅତି ଚତୁର ମଣିଷ । ସେ କିଛି ବିଜ୍ଞ ଲୋକଙ୍କୁ ଚାକିରି ଦେଇ ବ୍ୟାଙ୍କର୍, ରାଜନେତା, ସରକାରଙ୍କୁ ପ୍ରଭାବିତ କରିଥିଲେ । ଆପଣମାନଙ୍କୁ କିଏ ବାଧା ଦେଉଛି (ସ୍ମାର୍ଟ ହେବା ପାଇଁ) ? ବ୍ୟବସ୍ଥାକୁ ପ୍ରଭାବିତ ନ କରିବାକୁ ଆଦିବାସୀଙ୍କୁ କିଏ କହିଛି ? ବ୍ୟାଙ୍କର୍ମାନଙ୍କୁ ପ୍ରଭାବିତ କରିବାକୁ ଆପଣମାନଙ୍କୁ କିଏ ବାଧା ଦେଉଛି ବୋଲି ଉପହାସ କରିବା ଭଳି ଢଙ୍ଗରେ ‘ନେସ୍ନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରେନ୍ୟୁୟର୍ସ କନ୍କ୍ଲେଭ୍ ୨୦୧୮’ ରେ ନୋଟ୍ ଭାଷଣ ଦେଲାବେଳେ ଓରାମ କହିଛନ୍ତି ।

ସେ ଦର୍ଶାଇ ଥିଲେ ଯେ ଆଦିବାସୀ ହେବାରେ ସୁବିଧା ଅଛି, ଅସୁବିଧା ବି ଅଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବଂ ସରକାରୀ ଚାକିରିରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାର ସୁଯୋଗ ନେଇ ସେମାନେ ଜୀବନରେ ଉନ୍ନତି କରି ପାରିବେ । ଅସୁବିଧା ହେଲା, ସେମାନେ ଜୀବନରେ ସଫଳ ହେଲେ ମଧ୍ୟ ସେମାନଙ୍କର ସୁଗୁଣକୁ ମାନ୍ୟତା ଦିଆ ଯାଉ ନାହିଁ । ଆମେ ଉଦ୍ୟୋଗୀ ହେବା ଉଚିତ, ଆମେ ବିଜ୍ଞ ହେବା । ଆମେ ସ୍ମାର୍ଟ ହେବା ଉଚିତ । ଆମେ ସୂଚନା ପାଇବା । ସୂଚନା ହିଁ ଶକ୍ତି । ଯେଉଁମାନେ ସୂଚନାର ଅଧିକାରୀ, ସେମାନେ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଉଦ୍ୟୋଗୀ ଯୋଗ ଦେଇଥିଲେ ।