ମୋଦି ସରକାର ବନାମ ବିଜେଡି ସରକାର ! ଓଡିଶାବାସୀଙ୍କ ପାଇଁ କିଏ କରିଛି କଣ, ଆରମ୍ଭ ହେଲା ବାକଯୁଦ୍ଧ

34

କନକ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୩ ବର୍ଷ ପୂର୍ତି ନେଇ ଚାଲିଛି ହିସାବ ନିକାଶ । ଓଡିିଶାବାସୀଙ୍କ ପାଇଁ କିଏ, କଣ କରିଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ନେତାଙ୍କ ବାକ୍ୟୁଦ୍ଧ । ବିଜେଡି ସରକାରଙ୍କଠାରୁ ୧୭ ବର୍ଷ ଶାସନର ହିସାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କୁ ଛୁଇଁବା ଭଳି ପ୍ରସଙ୍ଗରେ ପ୍ରଶ୍ନ କରି ବିଜେଡି ସରକାରଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି । ସେପଟେ ବିଜେଡି ବି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର କଡା ଜବାବ ରଖିଛି । ମୋଦିଙ୍କ ପ୍ରୟୋଗଶାଳା ସ୍ଲୋଗାନକୁ ପ୍ରହସନ ବୋଲି କହିଛି ବିଜେଡି । ଚର୍ଚ୍ଚା ହେଉଛି କ୍ଷମତାରେ ରହିବାର ବର୍ଷପୂର୍ତି ପାଳନ ଆଳରେ ଆରମ୍ଭ ହୋଇଯାଇଛି ୨୦୧୯ ପାଇଁ ପ୍ରସ୍ତୁତି ।

ତେବେ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଗିଛନ୍ତି ୧୭ ବର୍ଷର ହିସାବ । ସେପଟେ ଓଡିଶାକୁ ଉପଯୁକ୍ତ କେନ୍ଦ୍ରୀୟ ଅନୁଦାନ ମିଳିଛି କି ନାହିଁ ଏବଂ ନବୀନ ସରକାର ଏହାର କିଭଳି ଉପଯୋଗ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ପଂଚାୟତ ନିର୍ବଚନରେ ବିଜେଡିକୁ ଝଟକା ଦେବା ପରେ ୨୦୧୯ ପାଇଁ ଉତ୍ସାହିତ ହୋଇଉଠିଛି ବିଜେପି । ଏପଟେ ପ୍ରସ୍ତୁତିରେ କୌଣସି ହେଳା କରିବାକୁ ଚାହୁଁନାହିଁ ବିଜେଡି । ଆଉ ତା ଭିତରେ ଦୁଇ ଦଳର ନେତା ଓଡିିଶାବାସୀଙ୍କୁ ଛୁଇଁବା ଭଳି ପ୍ରସଙ୍ଗରେ ରାଜନୈତିକ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି ।

ଖାଲି ସେତିକି ନୁହେଁ ଜନକଲ୍ୟାଣ କାର୍ଯ୍ୟକ୍ରମରେ ମୋଦି ସରକାର ଓଡିଶାକୁ ପ୍ରୟୋଗଶାଳା କରିଛନ୍ତି ବୋଲି ଘୋଷଣା କରିଛନ୍ତି । କିନ୍ତୁ ବିଜେଡି କହୁଛି ପ୍ରୟୋଗଶାଳା ନୁହେଁ ପ୍ରହଶନ । ନବୀନ ସରକାରଙ୍କ ଚତୁର୍ଥ ପାଳିର ୩ ବର୍ଷ ଏବଂ ମୋଦି ସରକାରଙ୍କ ପ୍ରଥମ ପାଳିର ୩ ବର୍ଷ । ଏହାର ହିସାବ କିତାବ କରୁଛନ୍ତି ନେତା । ଆଉ ଉଦ୍ଦେଶ୍ୟ ହେଉଛି ୨୦୧୯ର ଯୁଦ୍ଧ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-