ଉଜ୍ଜଳା ଯୋଜନାରେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ଆଇଓସିଏଲ

15

କନକ ବ୍ୟୁରୋ : ଉଜ୍ଜଳା ଯୋଜନା କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚିତ ନେତାଙ୍କୁ ଡାକିବା ପ୍ରସଙ୍ଗ ନେଇ ବିବାଦ ବଢିବାରେ ଲାଗିଛି । ଉଜ୍ଜଳା ଯୋଜନ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଆଇଓସିଏଲ ଆଜି ଏନେଇ ପ୍ରତିକ୍ରିୟା ରଖିଛି । ଆଇଓସିଏଲ କହିଛି, ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରତିନିଧିଙ୍କୁ ଡାକିବା ନେଇ ଗାଇଡ ଲାଇନରେ ଉଲ୍ଲେଖ ନାହିଁ ।

ପୂବରୁ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟକୁ ଚିଠି ଲେଖିଥିଲା । ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଉଜ୍ଜଳା ଯୋଜନା କାଯ କାର୍ଯ୍ୟକ୍ରମରେ କାହିଁକି ଡକା ଯାଉନାହିଁ ବୋଲି ମୁଖ୍ୟ ସଚିବ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଳୟ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।

ଏଥିରେ ସେ ଦର୍ଶାଇଥିଲେ ବିଶିଷ୍ଟ ବ୍ୟକ୍ତି, ଅବସର ପ୍ରାପ୍ତ ସେନା କର୍ମଚାରୀ, ସ୍ଥାନୀୟ ସ୍କୁଲ କିମ୍ବା କଲେଜର ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି । ଏହାପରେ ଆଜି ଅଏଲ ମାର୍କେଂଟିଙ୍କ କମ୍ପାନୀ ଆଇଓସିଏଲ ଏହାର ପ୍ରତିକ୍ରିୟା ରଖିଛି ।