୧୯୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଉଥିଲା ବାଇକ ! ଘଟିଗଲା ଲୋମହର୍ଷଣକାରୀ ଘଟଣା, ନିଜ ମୃତ୍ୟୁର ଫେସବୁକ ଲାଇଭ ବନାଇଲେ ଦୁଇ ଯୁବକ ।

67

ଆଜିକାଲି ଯୁବପିଢୀ ମାନଙ୍କୁ ଫେସବୁକରେ ଲାଇଭ କରିବାର ନିଶା ଚଢିଛି । କୌଣସିବି ସ୍ଥାନ ହେଉ ଅବା କୌଣସି ପରିସ୍ଥିତି ହେଉ ଫେସବୁକରେ ଲାଇଭ କରିବା ଯୁବପିଢୀଙ୍କ ପାଇଁ ଏକ ସଉକ ପାଲଟି ଗଲାଣି । ଏପରି ମଧ୍ୟ ଦେଖାଦେଛି ଜଣେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥିବା ବେଳେ ଲୋକମାନେ ତାକୁ ସାହାଯ୍ୟ କରିବା ବଦଳରେ ଲାଇଭ ଭିଡିଓ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରିଥାନ୍ତି । ସୋସିଆଲ ମିଡିଆର ନିଶା ଏପରି ଘାରିଛି ଆଜିକାଲି ଲୋକ ନିଜ ଜୀବନର ପରୱା ନକରି ଫେସବୁକ ଲାଇଭ କରୁଛନ୍ତି । ଯହାଫଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏହିଭଳି ଏକ ଘଟଣା ଘଟିଛି ଛତିଶଗଡର କାଙ୍କେରା ଜିଲ୍ଲାରେ । ବାଇକ ଯୋଗେ ଦୁଇ ଯୁବକ ଘଣ୍ଟାକୁ ୧୯୯ କିଲୋମିଟ ବେଗରେ ଗାଡି ଚଳାଇ ଫେସବୁକରେ ଲାଇଭ ଭିଡିଓ କରୁଥିଲେ । ଯେତେବେଳେ ଦୁଇ ଯୁବକଙ୍କ ଧ୍ୟାନ ଫେସବୁକ ଲାଇଭ ଉପରେ ଥିଲା, ଠିକ ସେହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ବସ ତାଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ମୃତ୍ୟୁବରଣ କରିଥିଲେ ।

ସୂଚନା ମୁତାବକ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକ ଜଣକ ହେଉଛନ୍ତି ଛତିଶଗଡରେ ବାସ କରୁଥିବା ମନୀଷ କୁମାର ଏବଂ ମୁରଲି ନିଷାଦ । କୁହାଯାଉଛି କି ଦୁଇ ଯୁବକଙ୍କ ମଧ୍ୟରୁ ମନୀଷ ଗାଡି ଚଲାଉଥିବା ବେଳେ ମୁରଲି ବାଇକ ପଛରେ ବସି ଫେସବୁକରେ ଲାଇଭ କରୁଥିଲେ । ଦୁଇଜଣକ ମନରେ ଷ୍ଟଣ୍ଟ କରିବାର ନିସା ସବାର ଥିଲା । ମନୀଷ ଧିରେ ଧିରେ ସ୍ପିଡ ବଢାଇ ୧୯୯ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଗାଡି ଚଲାଉଥିଲେ । ମୁରଲି ବାଇକ ଫଛରେ ବସି ଷ୍ଟଣ୍ଟର ଭିଡିଓ ଫେସବୁକରେ ଲାଇଭ କରୁଥିଲେ । ଦୁଇ ଜଣକ ନଜର ଫେସବୁକ ଲାଇଭରେ ଆସୁଥିବା କମେଣ୍ଟ ଏବଂ ଲାଇକ ଉପରେ ରହିଥିଲା । ତେବେ ଦୁଇଜଣ ଯୁବକ କାଙ୍କେରାରୁ ଚାରାମା ଅଞ୍ଚଳ ଦିଗକୁ ଯାତ୍ରା କରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବସ ସହ ଦୁଇ ଯୁବକଙ୍କ ମୁହାଁ ମୁହିଁ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ମନୀଷ ମୃତ୍ୟୁ ବରଣ କରିଥିବା ବେଳେ ମୁରଲିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୁରଲିଙ୍କ ମୃତ୍ୟୁ ହୋଇଥିଲା ।

ବସ ଡ୍ରାଇଭରଙ୍କ କହିବା ଅନୁସାରେ, ବିପରିତ ଦିଗରୁ ଦୁଇ ଯୁବକ ଦୃତ୍ତ ଗତିତେ ବସ ଆଡକୁ ମାଡି ଆସିଥିଲେ । ଦୁଇ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ବସ ଡ୍ରାଇଭର ହଠାତ ବ୍ରେକ ମାରିଦେଇଥିଲେ । ଯାହାଫଳରେ ବସରେ ଥିବା ୩୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ପୋଲିସ ମନୀଷ ଏବଂ ମୁରଲିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି ।