ଦୁଇ ଚକିଆ ଜାନରେ ଆସିବ ବଡ ପରିବର୍ତ୍ତର୍ନ ! ଦେଶକୁ ମିଳିବ ୧.୨ ଲକ୍ଷ କୋଟି ଟଙ୍କାର ଲାଭ ।

86

ଦେଶରେ ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଜନସାଧାରଣ ସମ୍ପୁର୍ଣ୍ଣ ଭାବେ ହତାସ ହୋଇପଡିଛନ୍ତି । ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ହେଲାଣି । ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଇଲୋକ୍ଟ୍ରୋନିକ ଦୁଇଚକିଆ ବାହାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପ୍ରତି ଦିନ ଦୁଇ ଚକିଆ ଜାନରେ ଲକ୍ଷ ଲକ୍ଷ ଲିଟର ପେଟ୍ରୋଲ ଖର୍ଚ୍ଚ ହେଉଛି । ତେବେ ଏହି ପେଟ୍ରୋଲ ଖର୍ଚ୍ଚକୁ କମ କରିବା ପାଇଁ ଇଲେକ୍ଟ୍ରୋନିକ ବାଇକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହା ଫଳରେ ପେଟ୍ରୋଲ ପାଇଁ ହେଉଥିବା ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚକୁ ରୋକାଯାଇ ପାରିବ ।

ଟୁୱାର୍ଡସ ଏ ପଲିସି ଫ୍ରେମୱାର୍କରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ବ୍ୟବହାର ହେଉଥିବା ପେଟ୍ରୋଲ ଚାଳିତ ବାଇକ ଗୁଡିକୁ ଇଲେକ୍ଟ୍ରୋନିକ ବାଇରେ ପରିଣତ କରିବା ଦ୍ୱାରା ଅନେକ ଫାଇଦା ମିଳିପାରିବ । ବିଶ୍ୱ ମୋବିଲିଟି ସମ୍ମେଳନ ଦ୍ୱାରା ଏହି ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଛି ।

ନିତି ଆୟୋଗର କହିବା ଅନୁସାରେ ଦେଶରେ ୧୭ କୋଟି ଦୁଇ ଚକିଆ ଜାନ ରହିଛି । ଯଦି ପ୍ରତିଟି ବାଇକରୁ ପ୍ରତିଦିନ ମାତ୍ର ଅଧ ଲିଟର ପେଟ୍ରୋଲ ସେଭ୍ କରାଯାଏ ତେବେ ମୋଟ ପ୍ରାୟ ୩୪ ଅରବ ଲିଟର ତେଲ ଖର୍ଚ୍ଚକୁ ରୋକାଯାଇ ପାରିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଯଦି ଲିଟର ପିଛା ୭୦ ଟଙ୍କା ହିସାବ କରାଯାଏ ତେବେ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରୋକାଯାଇ ପାରିବ ।