ଉଦଳା : ପୋଲିସ ଉପସ୍ଥିତିରେ ବିନା କାରଣରେ ବାହାର ରାଜ୍ୟର ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକେ

49

କନକ ବ୍ୟୁରୋ : ବିନା କାରଣରେ ମାଡ଼ ଖାଇଲେ ଦୁଇ ଯୁବକ । ବାହାର ରାଜ୍ୟର ଦୁଇ ଯୁବକଙ୍କୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକେ । ଏହି ଘଟଣା ଘଟିଛି ଉଦଳା ଥାନା ଅଧିନସ୍ଥ ଜୟପୁର ଛକରେ । ଗତକାଲି ସନ୍ଧ୍ୟାରେ ପଞ୍ଜାବ ଲୁଧିଆନା ଅଂଚଳର ଦୁଇଜଣ ଯୁବକ ଦୋକାନରେ ଛିଡା ହୋଇଥିବାବେଳେ କିଛି ସ୍ଥାନୀୟ ଲୋକ ସେମାନଙ୍କ ପରିଚୟ ପଚାରିଥିଲେ ।

ଦୁଇଜଣ ଯୁବକ ହିନ୍ଦୀରେ କଥାବାର୍ତ୍ତା ହେଉଥିବାରୁ ଲୋକେ ସେମାନଙ୍କୁ ସନ୍ଦେହ କରଥିଲେ । ସଂପୃକ୍ତ ଦୁଇଜଣ ଯୁବକ ସେଠାରୁ ଆସିବା ପରେ ଜୟପୁର ଛକରେ ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ପୋଲିସ କର୍ମଚାରୀ ଥିଲେ ବି କେହି ଅଟକାଇନଥିଲେ । ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଯୁବକଙ୍କ ଉଦ୍ଧାର କରିଥିଲେ ।