ବିଶାଳ ଚାଷୀ ସମାବେଶ ପୂର୍ବରୁ ପୁଲିସର ଆଗୁଆ କାର୍ଯ୍ୟାନୁଷ୍ଠାନ : ୨ ଚାଷୀ ନେତା ଗିରଫ

29

କନକ ବ୍ୟୁରୋ : ବିଶାଳ ଚାଷୀ ସମାବେଶ ପୂର୍ବରୁ ପୁଲିସର ଆଗୁଆ କାର୍ଯ୍ୟାନୁଷ୍ଠାନ । ୨ ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ ଗିରଫ କରିଛି ପୁଲିସ୍ । ଆସନ୍ତା ୧୪ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଡ଼ାକରା ଦିଆଯାଇଛି । ଚାଷୀ ପେନସନ୍ ସହ ଅନ୍ୟାନ୍ୟ କୃଷକ ସୁରକ୍ଷା ଦାବି ନେଇ ପୁଣି ମୁହାଁମୁହିଁ ହେବେ ନବ ନିର୍ମାଣ କୃଷକ ସଂଗଠନ ଓ ରାଜ୍ୟ ସରକାର । ଦାବି ପୂରଣ ପାଇଁ ଆସନ୍ତା ୧୩ ତାରିଖ ସଂଧ୍ୟା ଯାଏଁ ଡେଡଲାଇନ୍ ଦିଆଯାଇଥିବା ବେଳେ ଆଜି ଚାଷୀ ନେତାଙ୍କୁ ଗିରଫ କରିଛି ପୁଲିସ ।

ଆସନ୍ତା ୧୪ରେ ଭୁବନେଶ୍ୱର ହାଇଟେକ୍ ଛକରୁ ହଜାର ହାଜର ଚାଷୀ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିଠାରେ ଆନ୍ଦୋଳନ କରିବେ । ପୂର୍ବରୁ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଦାବି ସଂପର୍କରେ ଅବଗତ କରାଯାଇଛି । ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି ।