ବର୍ଷ ୨୦୧୮ରେ ପ୍ରବଳ ନିଯୁକ୍ତି ସୁଯୋଗ ! ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରହିଛି ୨ ଲକ୍ଷ ଚାକିରି

63

ଭାରତର ଲୋକସଂଖ୍ୟା ଅଧିକ କିନ୍ତୁ ନିଯୁକ୍ତି କ୍ଷେତ୍ରରେ ସେପରି କିଛି ସୁବିଧା ନାହିଁ । ସେଥିପାଇଁ ଲୋକେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି । ତଥାପି ଆମ ଦେଶକୁ ମିଳୁନି ସମ୍ମାନ । ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ ।

ବିଗତ ବର୍ଷ ଭାରତରେ ଚାକିରି କ୍ଷେତ୍ରରେ ସେପରି କିଛି ଆଖିଦୃଶିଆ ସୁଯୋଗ ଦେଖିବା ପାଇଁ ମିଳିଲା ନାହିଁ । କିନ୍ତୁ ୨୦୧୮ରେ ଚାକିରିର ଉତ୍ତମ ସୁଯୋଗ ରହିଛି । ଚଳିତ ବର୍ଷ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୨ ଲକ୍ଷରୁ ଅଧିକ ଚାକିରି ମିଳିବାର ସମ୍ଭାବନା ରହିଛି । ଭାରତୀୟ ରୋଜଗାର ବଜାରରେ ତୀବ୍ର ପରିବର୍ତ୍ତନ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହି ପରିବର୍ତ୍ତନ ସମୟରେ ନିଜକୁ ମାର୍ଜିତ କରି କର୍ମଚାରୀ ନିଜ ଚାକରିକୁ ସୁରକ୍ଷିତ ରଖିପାରିବେ । ଚଳିତ ବର୍ଷ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ମୋବାଇଲ ରିପେୟାରିଂ ଓ ଷ୍ଟାଟଅପ୍ କ୍ଷେତ୍ରରେ ଭଲ ସୁଯୋଗ ସୃଷ୍ଟି ହେବ ।

ଭାରତୀୟ ବଜାରରେ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦେବା ଯୋଗୁଁ କାରବାର ବୃଦ୍ଧି ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ୨୦୧୮ରେ ପାଖାପାଖି ୨୦ ପ୍ରତିଶତ ଅଧିକ ଚାକିରି ସୁଯୋଗ ରହିଛି । ଏହା ବ୍ୟତୀତ ଭାରତ ଡ଼ିଜିଟାଲ ଇଣ୍ଡିଆ ଆଡ଼କୁ ଦୃତ ଗତିରେ ବଢ଼ୁଛି । ଏପରିସ୍ଥଳେ ଡିଜିଟାଲ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ରହିଛି । ଏହାସହ ଡିଜିଟାଲ କର୍ମକ୍ଷେତ୍ର କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ । ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀ ମାନେ ଅଧିକ ଆଗକୁ ବଢ଼ିପାରିବେ । ଏକ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ୬୦ କୋଟି ଚାକିରି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।