ରଙ୍ଗ ବଦଳାଇଲା ପାକିସ୍ତାନ ! ରମଜାନ ଭଳି ପବିତ୍ର ମାସରେ ଭାରତୀୟ ସୀମା ଉପରକୁ କଲା ଗୁଳି ବର୍ଷା, ୨ ଯବାନ ସହିଦ

34

ସୁଧୁରୁନାହିଁ ପାକିସ୍ତାନ । ପୁଣିଥରେ ନିଜ ଅସଲ ଚେହେରା ଦେଖାଇଛି ପାକିସ୍ତାନ । ଅସ୍ତ୍ରବିରତିର ଉଲ୍ଲଂଘନ କରି ଭାରତୀୟ ସୀମା ପଟକୁ ଗୁଳିର ବର୍ଷା କରିଛି ପାକିସ୍ତାନ । ଫଳରେ ବିଏସଏଫର ଦୁଇ ଯବାନ ସହିଦ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତି ୧ଟା ୧୫ରେ ପାକିସ୍ତାନ ପଟୁ ଭାରତୀୟ ପୋଷ୍ଟ ଗୁଡ଼ିକ ଉପରେ ପ୍ରବଳ ଗୁଳିବର୍ଷା କରାଯାଇଥିଲା । ଖାଲି ଗୁଳି ନୁହେଁ ମୋର୍ଟାର ମାଡ଼ ମଧ୍ୟ କରିଥିଲେ ପାକିସ୍ତାନ ରେଞ୍ଜର୍ସ । ଏହାର ଜବାବରେ ଭାରତୀୟ ଯବାନ ମାନେ ମଧ୍ୟ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛନ୍ତି । ପାକିସ୍ତାନ ପଟୁ ହେଉଥିବା ମୋର୍ଟାର ମାଡ଼କୁ ଲକ୍ଷ୍ୟ କରି ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକୁ ଖାଲି କରାଯାଇଛି ।

ଭାରତ ଓ ପାକିସ୍ତାନ ଡିଜିଏମଓ ବୈଠକରେ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବାକୁ ଚାରି ଦିନ ପୂର୍ବେ ନିଷ୍ପତି ହୋଇଥିଲା । କିନ୍ତୁ ୪ ଦିନ ପରେ ହିଁ ପାକିସ୍ତାନ ନିଜର ରଙ୍ଗ ବଦଳାଇଥିଲା ଓ ରମଜାନ ଭଳି ପବିତ୍ର ମାସରେ ଗୁଳି ବର୍ଷା କରିବାକୁ ମଧ୍ୟ ପଛାଇ ନଥିଲା । ଏହି ସୁଯୋଗରେ ଆତଙ୍କବାଦୀ ମାନଙ୍କୁ ମଧ୍ୟ ସୀମା କରାଉଛି ପାକିସ୍ତାନ । ଯେଉଁମାନେ ଭାରତରେ ପ୍ରବେଶ କରିବା ମାତ୍ରେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଶନିବାର ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରେ ହୋଇଥିବା ଗ୍ରେନେଡ଼ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ । ଯେଉଁଥିରେ ଚାରି ଯବାନ ସହିଦ୍ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ ।