ଟୁଇଟରରେ ଅକ୍ଷର ସୀମା ୧୪୦ରୁ ୨୮୦କୁ ବୃଦ୍ଧି ପାଇବ

8

କନକ ବ୍ୟୁରୋ: ମାଇକ୍ରୋ ବ୍ଲଗିଂ ନେଟଓ୍ଵର୍କ ଟୁଇଟରରେ ଅକ୍ଷର ସୀମା ୨୮୦ କରିଦିଆଯିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଟୁଇଟରରେ ୧୪୦ ଅକ୍ଷର ଭିତରେ ପୋଷ୍ଟ୍ ଦେଇ ହେଉଥିଲା । ଏବେ ସେଥିରେ ବୃଦ୍ଧି ଘଟାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାତ୍ର ୧୪୦ ଅକ୍ଷର ସୀମା ଥିବାରୁ ବହୁ ବ୍ୟବହାରକାରୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଲକ୍ଷ୍ୟ କରି ଟୁଇଟର୍ର ମୁଖ୍ୟ କାର୍ଯ୍ୟକାରୀ ଜ୍ୟାକି ଦୋର୍ସି ପ୍ରଥମଥର ପାଇଁ ଅକ୍ଷର ସୀମା ବଢ଼ାଇବାର ଯୋଜନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହା ପରଠାରୁ ପ୍ରସିଦ୍ଧି ଲାଭ କରିଥିବା ଟୁଇଟରକୁ ମୁଖ୍ୟତଃ ନାମୀଦାମୀ ବ୍ୟକ୍ତିମାନେ ବେଶି ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ସିନେ ତାରିକାକୁ ନେଇ ଖେଳାଳି ଏବଂ ବିଭିନ୍ନ କ୍ଷେତ୍ରର ବଡ଼ ବଡ଼ ଷ୍ଟାରମାନେ ଟୁଇଟରରେ ନିଜର ଫ୍ୟାନ୍ ବଢ଼ାଇବା ସହ ଭଲ ଭଲ ଦିନମାନଙ୍କରେ ବାର୍ତ୍ତା ପ୍ରଦାନ କରିଥାନ୍ତି । ମାତ୍ର ଅଧିକାଂଶ ବ୍ୟବହାରକାରୀ ୧୪୦ ଅକ୍ଷର ସୀମାକୁ ନାପସନ୍ଦ କରି ନିଜେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହାକୁ ନେଇ ଅନେକ ଥର ଅଭିଯୋଗ କରିବା ପରେ ଏବେ କମ୍ପାନି ଏପରି ଏକ ନୂତନ ନିଷ୍ପତ୍ତି ନେବାକୁ ଯାଉଛି ।

Comments are closed.