ଆରବିଆଇ ଗଭର୍ଣ୍ଣର ପଦରେ ବସିବେ ଓଡିଆ। ଉର୍ଜିତ ପଟେଲଙ୍କ ସ୍ଥାନ ନେବେ ଶକ୍ତିକାନ୍ତ ଦାଶ । ପ୍ରଶ୍ନ, ରିଜର୍ଭ ବ୍ୟାଙ୍କର ପ୍ରତିଷ୍ଠାକୁ ବଜାୟ ରଖିପାରିବେ କି ନୂଆ ଗଭର୍ଣ୍ଣର

121

କନକ ବ୍ୟୁରୋ: ଆରବିଆଇର ନୂଆ ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ ଦାସ । ବର୍ତ୍ତମାନ ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଏହା ସହ ପ୍ରଥମ ଓଡିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଛନ୍ତିି ଶକ୍ତିକାନ୍ତ ଦାସ । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ଦାୟିତ୍ୱ ବି ତୁଲାଇ ସାରିଛନ୍ତି ଶକ୍ତିକାନ୍ତ । ସୋମବାର ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ଉର୍ଜିତ ପଟେଲ । ଆଉ ତାପରେ କିଏ ହେବେ ଆରବିଆଇର ନୂଆ ଗଭର୍ଣ୍ଣର ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ଗଭର୍ଣ୍ଣର ଭାବେ ଅବସ୍ଥାପିତ କରାଯାଇଛି ।

ବିମୁଦ୍ରାକରଣ ନିଷ୍ପତି ବେଳେ ଶକ୍ତିକାନ୍ତ ଦାସ ଅର୍ଥମନ୍ତ୍ରାଳୟର ସଚିବ ରହିଥିଲେ । ବିମୁଦ୍ରାକରଣ ସମୟରେ ଲୋକଙ୍କୁ ସରକାରୀ ନିଷ୍ପତି ଓ ନିୟମ ସମ୍ପର୍କରେ ଅବଗତ କରିବା ହେଉ ଅବା ସରକାରଙ୍କ ନିଷ୍ପତି ନେଇ ଲୋକଙ୍କ ବିଶ୍ୱସନୀୟତା ସୃଷ୍ଟି କରିବା ହେଉ, ଶକ୍ତିକାନ୍ତ ବଡ ଭୂମିକା ନେଇଥିଲେ ।

ଏହା ସହ ବିମୁଦ୍ରାକରଣକୁ ନେଇ ଯେତେବେଳେ ବିବାଦ ବଢିଥିଲା ସେତେବେଳେ ବ୍ୟୁରୋକ୍ରାସିର ଚେହେରା ଭାବେ ସାମ୍ନାକୁ ଆସି କେନ୍ଦ୍ର ସରକାରଙ୍କ ସପକ୍ଷରେ ଯୁକ୍ତି ବାଢି ମୋଦିଙ୍କ ଗୁଡବୁକକୁ ଆସିଥିଲେ । ୧୯୫୭ ମସିହାରେ ଓଡିଶାରେ ଜନ୍ମ ଗ୍ରହଣ କରିଥିବବା ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ଆଇଏଏସ । ଅବସର ନେବା ପରେ ବତର୍ମାନ ତାଙ୍କୁ ଆରବିଆଇର ୨୫ତମ ଗଭର୍ଣ୍ଣର ଭାବେ ଅପସ୍ଥାପିତ କରାଯାଇଛି ।