ପୁଣି ପାକିସ୍ତାନକୁ ଆମେରିକାର କଡ଼ା ଚେତବନୀ ! ଆତଙ୍କବାଦୀଙ୍କୁ ସହାୟତା ବନ୍ଦ କରାଇବା ଲାଗି ଇସଲାମବାଦକୁ ଦୂତ ପଠାଇଲେ ଟ୍ରମ୍ପ

41

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ଆମେରିକାର କଡ଼ା ଚେତାବନୀ । ଆତଙ୍କବାଦୀଙ୍କୁ ପାକିସ୍ତାନ ସହଯୋଗ କରୁଥିବା ଟ୍ରମ୍ପଙ୍କ ଯୁକ୍ତି ପରେ ଏବେ ପୁଣି କଡ଼ା ଚେତାବନୀ ଦେବ ଆମେରିକା । ଆସନ୍ତା ସପ୍ତାହରେ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ ତଥା ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନଙ୍କୁ ପାକିସ୍ତାନ ପଠାଇବେ ଟ୍ରମ୍ପ ।

ଆତଙ୍କବାଦୀ ସଂଗଠନ ଗୁଡିକୁ ପାକ ଦେଉଥିବା ସହାୟତା ବନ୍ଦ କରିବା ନେଇ ଟ୍ରମ୍ପଙ୍କ ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନ ପାକିସ୍ତାନକୁ କଡ଼ା ତାଗିଦ କରିବେ ବୋଲି ସୂଚନା ମିଳିଛି । ପାକିସ୍ତାନ ଆତଙ୍କବାଦୀ ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଟ୍ରମ୍ପ ମନ୍ତବ୍ୟ ଦେବାର କିଛି ସପ୍ତାହ ପରେ ଏବେ ଆମେରିକା ସୁରକ୍ଷା ପରାମର୍ଶଦାତା ରେକ୍ସ ଟିଲରସନ ପାକିସ୍ତାନ ଗସ୍ତ କରିବେ ।

ରେକ୍ସ ଟିଲରସନଙ୍କ ଗସ୍ତ ପରେ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ ମଧ୍ୟ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତାଲିବାନର ଆତକଙ୍କବାଦୀକୁ ପାକିସ୍ତାନ ଦେଉଥିବା ସହାୟତା ବନ୍ଦ କରିବା ଦିଗରେ ଏଥର କଡା ଆଭିମୁଖ୍ୟ ଗ୍ରହଣ କରିଛି ଆମେରିକା ।