ତ୍ରିପୁରା ବିଧାନସଭା ପାଇଁ ସରିଲା ଭୋଟ ଗ୍ରହଣ : ୫୯ ଆସନ ଲାଗି ହୋଇଛି ୭୪ପ୍ରତିଶତ ମତଦାନ

42

କନକ ବ୍ୟୁରୋ : ଗତକାଲି ତ୍ରିପୁରାର ୬୦ଟି ବିଧାନସଭା ଆସନରୁ ୫୯ଟିରେ ରେ ଭୋଟ୍ ଗ୍ରହଣ ସୁରୁଖୁରୁରେ ସଂପନ୍ନ ହୋଇଛି । ଏଥିରେ ୭୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି । ସିପିଆଇଏମ୍ ପ୍ରାର୍ଥୀ ରାମେନ୍ଦ୍ର ନାରାୟଣ ଦେବଶର୍ମାଙ୍କ ମୃତ୍ୟୁ ଯୋଗୁଁ ଚରିଲମ୍ ନିର୍ବାଚନ ମଣ୍ଡଳୀର ମତଦାନକୁ ସ୍ଥଗିତ ରଖାଯାଇଛି । ଗତ ନିର୍ବାଚନରେ ୯୩.୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତବର୍ଷ ମତଦାନ ପ୍ରତିଶତ ଯଥେଷ୍ଟ କମିଛି ।

ରାଜ୍ୟବ୍ୟାପୀ ୩ ହଜାର ୧୭୪ଟି ପୋଲିଂ ବୁଥରେ ମତଦାନ ହୋଇଥିବା ବେଳେ ମୋଟ ୨୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ନେତୃତ୍ୱରେ ବାମପନ୍ଥୀ ସରକାର ଏବେ ରାଜ୍ୟରେ ଶାସନ କରୁଥିବା ବେଳେ ଏଥର ବାମଦଳକୁ ବିଜେପି ଓ କଂଗ୍ରେସଠାରୁ କଡ଼ା ଟକ୍କର ମିଳିଛି । ମାର୍ଚ୍ଚ ୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଏହି ଦିନ ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା ହେବ ।