ଆଜି ସୁପ୍ରିମକୋର୍ଟରେ ତିନ ତଲାକ୍ ବିବାଦର ହେବ ଶୁଣାଣି ! ଏଥିରୁ ବର୍ତିବା ପାଇଁ ମୁସଲମାନ ମହିଳା ପଢିଲେ ହନୁମାନ ଚାଳିଶା

38

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ବହୁଚର୍ଚ୍ଚିତ ତିନ ତଲାକ୍ ବିବାଦର ଶୁଣାଣି ହେବ । ତିନି ତଲାକ ଓ ବହୁପତ୍ନୀ ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ରିଟ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ୭ଟି ଆବେଦନର ଶୁଣାଣି କରିବେ ।

ଏଥିମଧ୍ୟରୁ ମୁସଲିମ ମହିଳା ୫ଟି ଆବେଦନ କରିଛନ୍ତି । ସମ୍ବିଧାନ ପୀଠରେ ବିଭିନ୍ନ ସମୁଦାୟର ସଦସ୍ୟ ଅଛନ୍ତି । ପୂର୍ବରୁ ୩ ତଲାକ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗ୍ରୀଷ୍ମ ଅବକାଶ ଓ ଶନିବାର ରବିବାର ଦିନ ମଧ୍ୟ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଏହି ଦୃଷ୍ଟିରୁ ମାମଲାର ଶୁଣାଣିକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।