ଖୁବ୍ ଶୀଘ୍ର ଗୋଟିଏ ବ୍ୟାଙ୍କ ଆକାଉଂଟରୁ କୌଣସି ବି ଆକାଉଂଟରେ ଆର୍ଥିକ କାରବାର କରିପାରିବେ ଲୋକେ । ଏଭଳି ଏକ ନୂଆ ବ୍ୟବସ୍ଥା କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ବୋଲି ସଂକେତ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ଆଗୀମୀ ଦିନମାନଙ୍କରେ ଗୋଟିଏ ବ୍ୟାଙ୍କରେ ଲୋକେ ଖାତା ଖୋଲି ତା ଜରିଆରେ କୌଣସି ବି ବ୍ୟାଙ୍କର ବ୍ୟାଙ୍କିଂ ସୁବିଧା ହାସଲ କରିପାରିବେ । ସେହିଭଳି ବିଦେଶୀ ମୁଦ୍ରାର ଦେଣନେଣ ପ୍ରକ୍ରିୟାକୁ ବି ସରଳ କରାଯାଉଛି । ନିର୍ମଳା କହିଛନ୍ତି ଯେ, ଏଣିକି ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କ ପରସ୍ପର ସହ ଜୋଡି ହୋଇଛନ୍ତି ।
ଏଣୁ ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କର ସହାୟତାରେ ଏଟିଏମ୍ କାର୍ଡ ଆଧାରରେ ନୂଆ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ଉପଲବ୍ଧ କରାଯିବ । ତେବେ ଏହି ସୁବିଧା ଇଲେକ୍ଟ୍ରୋନିକ ଏକ୍ସଚେଂଜ ଜରିଆରେ ହିଁ ଖୁବ୍ ଶୀଘ୍ର ସମ୍ଭବପର ହେବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀମାରମଣ ।