ବର୍ଷା ଖେଳୁଛି ଲୁଚକାଳି ଖେଳ ! ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା, ୩ରୁ ୪ ଦିନ ମଧ୍ୟରେ ବର୍ଷାର ପରିମାଣ ବଢ଼ିବ ।

308

କନକ ବ୍ୟୁରୋ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ମନସୁନ୍ ଟ୍ରପଲାଇନ୍ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଏପରିକି ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏହାସହ ଆଭ୍ୟନ୍ତରୀଣ, ପଶ୍ଚିମ ଓଡ଼ିଶାରେ ଘୂର୍ଣ୍ଣିଝଡ଼ ଓ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଗୁଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ସୁନ୍ଦରଗଡ଼ କେନ୍ଦୁଝର, ବାରିପଦା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୩ରୁ ୪ ଦିନ ମଧ୍ୟରେ ମୌସୁମୀ ସକ୍ରିୟ ରହିବ । ଯାହାଦ୍ୱାରା ଆଗକୁ ବର୍ଷା ପରିମାଣ ସ୍ୱାଭାବିକ ହେବ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆବଶ୍ୟକତା ଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ତେଣୁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ ସକ୍ରିୟ ରହିବା ଫଳରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।