ଟ୍ରେନର ସମୟାନୁବର୍ତ୍ତିତାରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇ ଆପଣେଇଛି ଏହି ଅଦ୍ୱିତୀୟ ଉପାୟ : ଜାଣନ୍ତୁ କ’ଣ

48

ନିର୍ଦ୍ଧାରିତ ସମୟ ମଧ୍ୟରେ ଟ୍ରେନ୍ ଚଳାଚଳ ନ କଲେ କି, ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କର ପଦୋନ୍ନତି ପ୍ରଭାବିତ ହେବ। ଜୋନାଲ୍ ରେଳବାଇ ମୁଖ୍ୟମାନଙ୍କୁ ଚେତାବନୀ ଦେଇ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଛନ୍ତି ଯେ ଟ୍ରେନ୍ ଚଳାଚଳରେ ବିଳମ୍ବ ହେଲେ ସେମାନଙ୍କର କାର୍ଯ୍ୟ ସମୀକ୍ଷା ପ୍ରଭାବିତ କରିବ। ସମୟାନୁବର୍ତ୍ତିତାର ଉନ୍ନତି ଆଣିବା ପାଇଁ ସରକାର ରେଳବାଇ ଅଧିକାରୀଙ୍କୁ ମାସେ ସମୟ ଦେଇଛନ୍ତି ।

ଗତ ସପ୍ତାହରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ବୈଠକରେ ଗୋୟଲ ଜୋନାଲ୍ ମ୍ୟାନେଜରଙ୍କ ଉପରେ ଉତକ୍ଷିପ୍ତ ହୋଇ କହିଲେ ଯେ ସେମାନେ ବିଳମ୍ବ ପାଇଁ ସେମାନେ ମରାମତି ଆଦି କାମର ବାହାନା କରି ପାରିବେ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ୩୦% ରେଳଗାଡ଼ି ବିଳମ୍ବରେ ଚଳାଚଳ କରିଛି। ଗ୍ରୀଷ୍ମ ଅବକାଶ କାଳରେ ମଧ୍ୟ ଟ୍ରେନ୍ ଚଳାଚଳ ବିଳମ୍ବର ସୀମା ଅତିକ୍ରମ କରିଥିଲା। ବେଠକରେ ମନ୍ତ୍ରୀ ପ୍ରତି ଜୋନାଲ୍ ମୁଖ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଡାକି ବିଳମ୍ବର କାରଣ ପଚାରି ବୁଝିଥିଲେ।