କଟକ କାଠଯୋଡି ଷ୍ଟେସନରେ ଟ୍ରେନ ଦୁର୍ଘଟଣା : ଜଣେ ମୃତ, ଅନେକ ଆହତ, ଉଦ୍ଧାର କାର୍ଯ୍ୟଜାରି

52

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଠଯୋଡି ରେଳଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଛି ଭୁବନେଶ୍ୱର-ଭଦ୍ରକ ଡିଏମୟୁ ଟ୍ରେନ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ବର୍ତମାନ ସୁଦ୍ଧା କଟକ ଏସସିବି ମେଡିକାଲର କାଜୁଆଲଟିରେ ଭର୍ତି କରାଯାଇଥିବା ସୂଚନା ମିଳିଛି ।

ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସେଠାରେ ପୋଲିସ କମିଶନର ଓ କଟକ ଡିସିପି ସମେତ ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ପାଇଁ ଓଡ୍ରାଫ୍ ଟିମର ସହାୟତା ମାଗିଛି ପୂର୍ବତଟ ରେଳବାଇ । ଏହି ଦୁର୍ଘଟଣା ପରେ ଭୁବନେଶ୍ୱର – କଟକ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଟ୍ରେନ ଦୁର୍ଘଟଣାର ସମସ୍ତ ଆହତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ । ସେପଟେ ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।