ରିଲିଜ୍ ହେଲା ସିନେମା “ଡ୍ୟାଡି”ର ଟ୍ରେଲର୍ !

27

ରିଲିଜ୍ ହେଲା ଅର୍ଜୁନ୍ ରାମପାଲଙ୍କ ଆଗାମୀ ସିନେମା “ଡ୍ୟାଡି” ଟ୍ରେଲର୍ । ଏଥିରେ ଅର୍ଜୁନ୍ ରାମପାଲଙ୍କୁ ଏକ ନୂଆ ଲୁକରେ ଦେଖିବେ ଦର୍ଶକ । ଅର୍ଜୁନ୍ ଏହି ସିନେମାରେ ମୁମ୍ବାଇର ଜଣାଶୁଣା “ଡ୍ୟାଡି” ମାନେ ଅରୁଣ୍ ଗୱଲୀଙ୍କ ଭୂମିକାରେ ନଜର ଆସିବେ । ୪୪ ବର୍ଷ ବୟସର ଏହି ନିଆରା ଭୂମିକା ପାଇଁ ଅର୍ଜୁନ୍ ଖୁବ୍ ପରିଶ୍ରମ କରିଥିବା ଏହି ଟ୍ରେଲରରୁ ସ୍ପଷ୍ଟ ହେଉଛି । ଅରୁଣ୍ ଗୱଲୀ ଜଣେ ଗ୍ୟାଙ୍ଗଷ୍ଟରରୁ ରାଜନେତା ହେବାର କାହାଣୀକୁ ଦର୍ଶାଯାଇଛି ଏହି ସିନେମାରେ ।

ଏନେଇ ଅର୍ଜୁନ୍ କହିଛନ୍ତି ଯେ, ଏହି ସିନେମାରେ ସବୁକିଛି ବାସ୍ତବ ଭାବେ ଚିତ୍ରଣ କରାଯାଇଛି । ସିନେମା ଡ୍ୟାଡିର ଟ୍ରେଲର୍ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଦୃଶ୍ୟରୁ ଆରମ୍ଭ ହୋଇଛି । ଟ୍ରେଲରରେ ଖୁବ୍ ଭଲ ଭାବେ ୧୯୭୦ ସମୟର ଅଣ୍ଡରୱାଲ୍ଡ ଜଗତକୁ ପରଦା ଉପରେ ରିକ୍ରିଏଟ କରାଯାଇଛି । ଏଥିରେ ଅର୍ଜୁନ୍ ଅରୁଣ୍ ଗୱଲୀଙ୍କ ଭୂମିକାରେ ମରାଠୀ ଅନ୍ଦାଜରେ ନଜର ଆସିଛନ୍ତି । ତାଙ୍କର ମରାଠୀ କହିବା ସହ ପୋଷାକ ପିନ୍ଧିବାର ଷ୍ଟାଇଲ୍ ବି ଖୁବ୍ ଭଲ ଲାଗୁଛି ।