ବର୍ତ୍ତମାନ ଅନୁଷ୍କା ଆଗାମୀ ଚଳଚ୍ଚିତ୍ର ‘ଜବ୍ ହ୍ୟାରି ମେଟ୍ ସେଜଲ୍ ’ର ପୋଷ୍ଟ -ପ୍ରଡ଼କ୍ସନ କାମ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହ କଳାକାର ଭାବେ ଶାହରୁଖ୍ ଖାନ୍ ଦେଖାଦେବେ । ଏସବୁ ବାଦ୍ ଅନୁଷ୍କା ଆଜିକାଲି ନିଜ ହୋମ୍-ପ୍ରଡ଼କ୍ସନ ଚଳଚ୍ଚିତ୍ର ‘ପରୀ’ପାଇଁ ଚର୍ଚ୍ଚାରେ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋସିଆଲ୍ ସାଇଟରେ ଏହି ଚଳଚ୍ଚିତ୍ରର ପୋଷ୍ଟର୍ ମୁକ୍ତିଲାଭ କରିଛି । ଅନୁଷ୍କା ଏକ ଭିନ୍ନ ରୂପରେ ଏଥର ଦର୍ଶକଙ୍କ ସମ୍ମୁଖକୁ ଆସିବେ । ପୋଷ୍ଟରରୁ ହିଁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ବଙ୍ଗୀୟ ଅଭିନେତା ପରମବ୍ରତ ଚାଟାର୍ଜୀ ଅଭିିନୟ କରିଥିବାର ପ୍ରକାଶ । ଅନୁଷ୍କାଙ୍କର ଏହି ନୂଆ ରୂପ ଦର୍ଶକ ମହଲରେ ଖୁବ୍ ଚର୍ଚ୍ଚା ହେଉଥିବାର ଜଣାପଡ଼ିଛି ।