ଆସିଲା ଟ୍ରେଲର : ରିଲିଜ ଅପେକ୍ଷାରେ ବାବୁସାନଙ୍କ ‘ସ୍ୱିଟ୍ ହାର୍ଟ’

32

sweetheart-oriya-filmରିଲିଜ ହୋଇଛି ଷ୍ଟାର୍ ସନ୍ ବାବୁସାନଙ୍କ ଅପକମିଙ୍ଗ ମୁଭି ‘ସ୍ୱିଟ୍ ହାର୍ଟ’ ର ଟ୍ରେଲର । ଟ୍ରେଲରରେ ରହିଛି ବାବୁସାନଙ୍କ ଦମଦାର ଆକ୍ସନ ସିନ୍ । ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ଅଛନ୍ତି ଅନୁଭା । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ‘ସ୍ୱିଟ୍ ହାର୍ଟ’ ଜରିଆରେ ଓଡିଆ ଫିଲ୍ମକୁ ଫେରିଛନ୍ତି ଅନୁ ଚୌଧୁରୀ । ଫିଲ୍ମରେ ଅନୁ ଜଣେ ଜର୍ଣ୍ଣାଲିଷ୍ଟ ଭୂମିକାରେ ନଜର ଆସିଛନ୍ତି । ଏହା ସହ ଫିଲ୍ମରେ ରହିଛି ଭର୍ସାଟାଇଲ୍ ଆକ୍ଟର ସମରେଶଙ୍କ ଜବରଦସ୍ତ ଡାଇଲଗ୍ ସହ ଡିଫରେଣ୍ଟ୍ ଲୁକ୍ ।

ଫିଲ୍ମର କହାଣୀ ଆତଙ୍କବାଦ ଓ ଦେଶପ୍ରେମ ଉପରେ ଆଧାରିତ । ତେବେ ଫିଲ୍ମରେ ଅଧିକାଂଶ ସିନ୍ ରାଜସ୍ତାନରେ ସୁଟିଂ ହେବା ସହ ରହିଛି ହିନ୍ଦି ଡାଇଲଗ୍ । ଫିଲ୍ମର ଅନ୍ୟାନ୍ୟ ପ୍ରମୁଖ ଭୁମିକାରେ ଅଛନ୍ତିି ଅପରାଜିତା, ମିହିର  ଦାସ ଓ ବିଜୟ ମହାନ୍ତି । ଅଗଷ୍ଟ 18 ତାରିଖରେ ରୂପେଲି ପରଦାକୁ ଆସିବ ସୁଶାନ୍ତ ମଣିଙ୍କ ନିର୍ଦେଶିତ ଏହି ଫିଲ୍ମ ‘ସ୍ୱିଟ୍ ହାର୍ଟ’ ।