ଭିତରକନିକାରେ ପର୍ଯ୍ୟଟକଙ୍କୁ ଶୋଷଣ ନେଇ ଆସିଲା ଅଭିଯୋଗ ! ବୋଟରେ ୨ ରୁ ୩ ହଜାର ନେବା ବଦଳରେ ୬ ରୁ ୭ ହଜାର ଟଙ୍କା ନେଉଛନ୍ତି ଦଲାଲ୍ । 

ନୌଯାତ୍ରା ପାଇଁ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ବଦଳରେ ୬୦୦୦ ରୁ ୮୦୦୦ ଜୋର ଜବରଦସ୍ତ ନିଆଯାଉଛି ।

314

କନକ ବ୍ୟୁରୋ: ବିଶ୍ଵ ପ୍ରଶିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପର‌୍ୟ୍ୟଟକଙ୍କୁ ବନବିଭାଗର ଶୋଷଣ କରାଯାଉଥିବା ନେଇ  ଅଭିଯୋଗ  ହୋଇଛି । ନୌଯାତ୍ରା ପାଇଁ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ବଦଳରେ ୬୦୦୦ ରୁ ୮୦୦୦ ଜୋର ଜବରଦସ୍ତ ନିଆଯାଉଛି । ଅଧିକ ଟଙ୍କା ନଦେଲେ ବୋଟ ମିଳୁନୀ । ଆଉ ଏହି ଟଙ୍କା ଅଦାୟ ପାଇଁ ନିଯୁକ୍ତି ହୋଇଛନ୍ତି କିଛି ଦଲାଲ । ଯାହାଙ୍କ ମାଧ୍ୟମରେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଛି   ।

ଶୀତ ଋତୁ ଆସିଲେ ଭିତରକନିକା ର ପ୍ରକୃତିକ ସୌନ୍ଦରଜ୍ୟା କୁ ଉପଭୋଗ କରିବା ପାଇଁ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ ଜାତୀୟ ଉଦ୍ୟାନ ଭିତରକନିକାରେ  । ବୋଟ ରେ ବଶି ନଦୀ କୂଳରେ ସୋଇଥିବା କୁମ୍ଭୀର,ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କୁ ଦେଖିବାର ମଜା କିଛି ନିଆରା କିନ୍ତୁ ତାହା ଏବେ ପର୍ଯ୍ୟଟକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡିଛି  । କାରଣ ସରକାରୀ ନିୟମ ଅନୁସାରେ ପର୍ଯ୍ୟଟକ ମାନେ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ଦେବା କଥା ମାତ୍ର ସେଠାରେ କିଛି ଦଲାଲ ପର୍ଯ୍ୟଟକଙ୍କ ଠାରୁ ୬୦୦୦ ରୁ ୮୦୦୦ ଟଙ୍କା ଆଦାୟ  କରୁଛନ୍ତି ଯାହାଫଳରରେ ପର‌୍ୟ୍ୟଟକ ଟଙ୍କା ନଦେଇପାରି ଫେରିଯାଉଛନ୍ତି  । 

ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ରାଜନଗର ବ୍ଲକର ଗୁପ୍ତି ଓ ଖୋଳା ଠାରେ ଜଳପଥର ସୁବିଧା ରହିଛି  । ବନବିଭାଗ ପକ୍ଷରୁ ୪ ଟି ଆଇସିଜେଡଏମପି ତରଫରୁ ୭ ଟି ଓ ୫୦ ରୁ ଉର୍ଦ୍ଧ ବେସରକାରୀ ବୋଟ ରହିଛି  । ଏହି ବୋଟ ଗୁଡିକର ଭଡା ୨୦୦୦ ଟଙ୍କା ୨୫୦୦ ପର୍ଯ୍ୟନ୍ତ ହେବା କଥା ଯାହାର ରେଟ ଚାର୍ଟ ମଧ୍ୟ ବନବିଭାଗ ତରଫରୁ ଲଗାଯାଇଛି  । ମାତ୍ର ୬୦୦୦ ରୁ ୮୦୦୦ ପର୍ଯ୍ୟନ୍ତ ଅଦାୟ କରୁଥିବା ଏହି ଦଲାଲ ମାନେ କିଏ ଯାହା ଆମ ଷ୍ଟିଙ୍ଗ ଅପରେସନ ରୁ ଜଣାପଡିଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ମୁହଁ ଖୋଲିବାକୁ ବି ନାରାଜ ଯାହାକି ବନବିଭାଗର କାର୍ଯ୍ୟକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି  । କାହିଁକି ବନବିଭାଗର ଅଧିକାରୀ  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବି ଚୁପ ରହିଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଯଦି ଏହିଭଳି ଭାବେ ପର୍ଯ୍ୟଟକ ମାନଙ୍କୁ ଶୋଷଣ କରାଯାଏ ତେବେ ଭିତରକନିକା ରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ବଦଳରେ କମିବା ନିଶ୍ଚିତ ହୋଇପଡିବ  ।