ମୋଦିଙ୍କ ୫ଟି ବଡ଼ ଯୋଜନା ! ୨୦୧୯ ନିର୍ବାଚନରେ ବଦଳାଇବ କି ଭାଗ୍ୟ ?

705

କନକ ବ୍ୟୁରୋ : ଦେଶର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜୋରସୋରରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଶାସକ ଓ ଦଳ ବିରୋଧୀ ମଧ୍ୟରେ ଏବେଠାରୁ ବାକ୍ ଯୁଦ୍ଧ ଆରମ୍ଭ ହୋଇଗଲାଣି । ଚାଲିଲାଣି ଆରୋପ ପ୍ରତ୍ୟାରୋପର ପର୍ବ । ନିଜ ନିଜ ଭିତରେ କାଦୁଅ ଫୋପାଡ଼ିବାର ସୁଯୋଗକୁ କେହି ବି ହାତଛଡ଼ା କରୁନାହାନ୍ତି । ଲୋକଙ୍କୁ ନିଜ ଦଳ ଆଡ଼କୁ ଆକର୍ଷିତ କରିବା ବଡ଼ ବଡ଼ ନେତାମାନେ ପାଇଁ ବିଭିନ୍ନ ରାଜ୍ୟ ବୁଲିଲେଣି । ଏବେ ଠାରୁ ଆରମ୍ଭ ହୋଇଗଲାଣି ରାଲି । ହେଲେ ଜନତାଙ୍କ ହାତରେ ରହିଛି ରାଜନେତାଙ୍କ ଭାଗ୍ୟ । ସମୟ କହିବ କାହା ମୁଣ୍ଡରେ ସୁନାକଳସ ଢ଼ାଳିବ ହାତୀ ।

ସେପଟେ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଅନୌପଚାରିକ ଭାବେ ଦେଶରେ ସାଧାରଣ ନିର୍ବାଚନ ୨୦୧୯ର ବିଗୁଲ ବାଜିଯିବ । ୨୦୧୪ର ନିର୍ବାଚନରେ ବିଜେପି ବିପୁଳ ଭୋଟରେ ସରକାର ଗଠନ କରିଥିଲା ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଥମ କାର୍ଯ୍ୟକାଳ ପରେ ଏବେ ପୁଣି ଥରେ ଦ୍ୱିତୀୟ ଥର ଶାସନକୁ ଆସିବା ପାଇଁ ମୋଦି ଜନତାଙ୍କ ନିକଟତର ହେବେ । ଆଗାମୀ ସାଧାରଣ ନିର୍ବାଚନରେ ମୋଦି ସରକାର ତାଙ୍କର ୫ଟି ଲୋକ କଲ୍ୟାଣ ଯୋଜନାକୁ ଆୟୁଧ କରିବେ ବୋଲି କୁହାଯାଉଛି । ଏହି ୫ଟି ଯୋଜନାର ତଥ୍ୟରୁ ଆକଳନ ୨୦୧୯ ନିର୍ବାଚନରେ ପୁଣି ଥରେ ମୋଦି ସରକାର ସଫଳତା ପାଇପାରନ୍ତି । ତେବେ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ଉଜ୍ଜଳା ଯୋଜନା –

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅନୁସାରେ ଗରିବ ସୀମାରେଖା ତଳେ ଥିବା ୫ କୋଟି ପରିବାରକୁ ବିନା କୌଣସି ସିକ୍ୟୁରିଟି ରାଶିରେ ଏଲପିଜି ସଂଯୋଗ କରାଯିବାର ଯୋଜନା ହୋଇଥିଲା । ଏହି ଯୋଜନା ଆରମ୍ଭ ହେବା ପରେ ୫ କୋଟି ପରିବାରକୁ ଏଲପିଜି ସଂଯୋଗର କରିବାର ଲକ୍ଷ୍ୟ ମାତ୍ର ୨୮ ମାସରେ ହିଁ ପୁରା ହୋଇଗଲା । ଯାହାପରେ ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ମାଧ୍ୟମରେ ୮ କୋଟି ପରିବାରକୁ ଦିଆଯାଇଛି ।

ଆବାସ ଯୋଜନା –

ଦେଶରେ ୨୦୨୨ ମସିହା ସୁଦ୍ଧା ସମସ୍ତ ବାସହୀନ ଅଥବା ବାସଗୃହ ନଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଦେଶର ଏକ କୋଟି ପରିବାରଙ୍କୁ ସେମାନଙ୍କର ପକ୍କା ଘର ନିର୍ମାଣ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ଥିଲା । ୨୦ ନଭେମ୍ବର ୨୦୧୬ରେ ଆରମ୍ଭ ହେଲା ଯୋଜନା । ୨୦୨୨ ପର୍ଯ୍ୟନ୍ତ ୨.୯୫ କୋଟି ଘର ତିଆରି କରିବାର ଲକ୍ଷ୍ୟ ରହିଲା । ଯୋଜନାର ପ୍ରଥମ ପର୍ଯ୍ୟୟାୟରେ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ୧ କୋଟି ପକ୍କା ଘର ତିଆରି କରିବାର ଲକ୍ଷ୍ୟ ରହିଥିଲା । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୨୦୧୪-୧୫ରୁ ୨୦୧୭-୧୮ ପର୍ଯ୍ୟନ୍ତ ଗାଁରେ ୧.୦୭ କୋଟି ପକ୍କ୍ା ଘର ତିଆରି ହୋଇସାରିଛି । ଏଥିରେ ୩୮.୨୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଗୁଡ଼ିକ ଇନ୍ଦିରା ଆବାସ ଯୋଜନା ଅନୁସାରେ ତିଆରି ହୋଇଛି ।

 

ଶୌଚାଳୟ ଯୋଜନା –

୨ ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିଲା ମୋଦି ସ୍ୱଚ୍ଛ ଭାରତ ଯୋଜନା । ୨୦୧୯ ପର୍ଯ୍ୟନ୍ତ ଗ୍ରାମୀଣ ଅଂଚଳରେ ପୂର୍ଣ୍ଣ ସ୍ୱଚ୍ଛତା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଯୋଜନା । ଏହି ଯୋଜନାରେ ଗାଁରେ ପ୍ରତି ଘରକୁ ଶୌଚାଳୟ ତିଆରି କରିବା ପାଇଁ ୧୨,୦୦୦ କୋଟି ଟଙ୍କାର ଦିଆଯିବାର ପ୍ରାବଧାନ କରାଗଲା । ଏହି ରାଶି କେନ୍ଦ୍ର ସରାକାରୀ ଓ ରାଜ୍ୟ ସରକାର ଏକ ସର୍ତ୍ତ ଆକାରରେ ପ୍ରଦାନ କରିବାର ଯୋଜନା ରହିଲା । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୩୧ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ୮୮.୯ ପ୍ରତିଶତ ଗ୍ରାମୀଣ ଅଂଚଳରେ ଶୌଚାଳୟ ନିର୍ମାଣର କାମ ପୁରା କରାଯାଇଛି । ଯୋଜନ ରେ ୨୦୧୪ରେ ଲଂଚ କରିବା ପରେ ଏବେ ପର୍ଯ୍ୟନ୍ତ ୭.୯୪ କୋଟିରୁ ଅଧିକ ଶୌଚଳୟ ନିର୍ମାଣ କରାଯାଇଛି । ୧୯ ରାଜ୍ୟେ ୪୧୯ଟି ଜିଲ୍ଲାରେ ୪.୦୪ ଲକ୍ଷ ଗାଁରେ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି ।

ଜନଧନ ଯୋଜନା –

ବ୍ୟାଙ୍କ ଖାତା, ସଞ୍ଚୟ ଯୋଜନା, ଜମା ଖାତା, ଋଣ ପ୍ରଦାନ, ଅର୍ଥ ପ୍ରେରଣ, ବୀମା ତଥା ପେନସନ୍ ଯୋଜନା ଅତି ସହଜ ଉପାୟରେ ପହଞ୍ଚାଇବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମୂଳ ଲକ୍ଷ୍ୟ । ଆର୍ଥିକ ଅନ୍ତର୍ଭୁକ୍ତକୁ ବ୍ୟାପକ କରି ଦେଶର ସମସ୍ତ ପରିବାରକୁ ଏକୀକୃତ ଭାବେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଜାତୀୟ ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ୩୨.୪୧ କୋଟିର ଜନଧନ ଖାତା ଏଯାଏଁ ଖୋଲାଯାଇଛି । ଆଉ ଏଥିରେ ମୋଟ୍ ୮୧.୨୦୦ କୋଟି ଟଙ୍କାରୁ ଅଧିକ ରହିଛି ।