ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସହରକୁ ସଫାସୁତୁରା ରଖିବା ନେଇ ସର୍ବେକ୍ଷଣ କରାଯାଉଛି । ଚଳିତ ଥର ନୋଏଡା ବି ଏଥିରେ ଭାଗ ନେଇଛି। ଭଲ ସ୍ଥାନରେ ରହିବା ପାଇଁ ସଫାସୁତୁରା ଉପରେ କଡ଼ାକଡ଼ି ଜୋର ଦେଇଛନ୍ତି ନୋଏଡା କର୍ତ୍ତୃପକ୍ଷ । ଏଥିସହିତ ନୋଏଡା କର୍ତ୍ତୃପକ୍ଷ ଖୋଲାରେ ଶୌଚ ଓ ପରିଶ୍ରା କରୁଥିବା ଲୋକମାନଙ୍କ ଉପରେ ୨୦୦ ଓ ୧୦୦ଟଙ୍କାର ଜରିମାନା ଲାଗିବ ବୋଲି ବି ନିଷ୍ପତ୍ତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ନୋଏଡାରେ ୨୫୦ରୁ ୩୦୦ ପବ୍ଲିକ୍ ଟଏଲେଟ ବନା ଯାଇଛି, ଏହା ସତ୍ତ୍ୱେ ବି ଲୋକମାନେ ଖୋଲାରେ ଶୌଚ କରୁଥିବା ନେଇ ଅଭିଯୋଗ ଆସୁଛି । ଏହି ଟଏଲେଟକୁ ନେଇ ଲୋକମାନେ କହିଛନ୍ତି କି, ଏଠାରେ ପାଣି ଆସୁନାହିଁ, ହାତ ଧୋଇବା ପାଇଁ ସାବୁନ୍ ବି ନାହିଁ । ଏହାକୁ ଦୃଷ୍ଟିରେ ରଖି ନୋଏଡା ଅଧ୍ୟକ୍ଷ ଆଲୋକ ଟଣ୍ଡନଙ୍କ ନେତୃତ୍ୱରେ ଏକ ବୈଠକର ଆୟୋଜନ କରାଯାଇଛି । ଯେଉଁଥିରେ ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଏହି ବୈଠକର ପବ୍ଲିକ୍ ଟଏଲେଟର ଠିକା ନେଇଥିବା ଠିକାଦାରଙ୍କୁ ମଧ୍ୟ ସମସ୍ତ ଟଏଲେଟରେ ଯେପରି ପାଣି ଓ ସବୁନ୍ ରହିବ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି ।