୫୪ ବର୍ଷରେ ଶ୍ରୀଦେବୀ : ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ

46

ବଲିଉଡରେ ଆଜିଯାଏ ନିଜର ଫିଲ୍ମ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଶ୍ରୀଦେବୀ । ନିଜର ସୁନ୍ଦର ଚେହେରା ପାଇଁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ତାଙ୍କୁ । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୫୪ ବର୍ଷରେ ପହଁଚିଲେ ଶ୍ରୀଦେବୀ । ୧୩ ଅଗଷ୍ଟ ୧୯୬୩ରେ ଶିବକାଶୀ ତାମିଲନାଡୁରେ ଜନ୍ମ ହୋଇଥିଲେ ସେ । ଶ୍ରୀଦେବୀଙ୍କର ପ୍ରକୃତ ନାଁ ଥିଲା ଶ୍ରୀଅମ୍ମା ୟଙ୍ଗର ଅୟପ୍ପନ ।

ପିଲାଟି ଦିନରୁ ଶ୍ରୀଦେବୀ ଅଭିନୟକୁ ଭଲପାଇ ଥିଲେ । ମାତ୍ର ୪ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ମୁଖ୍ୟ ଅଭିନେତ୍ରୀ ଭାବେ ୧୯୭୬ରେ ତାମିଲ୍ ଫିଲ୍ମ ‘ମୁନ୍ଦ୍ରୁ ମୁଡିଚୁ’ ଥିଲା ଶ୍ରୀଦେବୀଙ୍କର ପ୍ରଥମ ଫିଲ୍ମ । ଶ୍ରୀଦେବୀ ଯେତେବେଳେ ବଲିଉଡକୁ ଆସିଥିଲେ ତାଙ୍କୁ ହିନ୍ଦୀ ଆସିନଥିଲା । ଅଭିନେତ୍ରୀ ରେଖା ତାଙ୍କୁ ଖୁବ୍ ସହ ଯୋଗ କରିଥିଲେ । ମୁମ୍ବାଇରେ ରେଖା ତାଙ୍କୁ ବଢାଇଥିଲେ ସହଯୋଗର ହାତ । ସେ ହିନ୍ଦୀ ଶିଖାଇଥିଲେ ରେଖା ମଧ୍ୟ ଶ୍ରୀଦେବୀଙ୍କ ଫିଲ୍ମ ‘ଆଖିର୍ ରାସ୍ତା’ରେ ତାଙ୍କ ପାଇଁ ଭଏସ୍ ଡବିଂ କରିଥିଲେ ।

ଶ୍ରୀଦେବୀ ଧିରେ ଧିରେ ହିନ୍ଦୀ ଫିଲ୍ମ ଜଗତରେ ମାହିର୍ ହେବାକୁ ବସିଲେ । ଏକ ସମୟ ଥିଲା ଶ୍ରୀଦେବୀ- ମିଥୁନଙ୍କ ଆଫେୟାର ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଥିଲା ଏବଂ ଏଥିଯୋଗୁଁ ମିଥୁନଙ୍କ ବୈବାହିକ ଜୀବନରେ ଭୂକମ୍ପ ସୃଷ୍ଟି ହୋଇଥିଲା । କିନ୍ତୁ ପରେ ମିଥୁନ , ଶ୍ରୀଦେବୀଙ୍କ ସହ ଏହି ଖବରକୁ ମିଛ ବୋଲି କହିଥିଲେ ଏବଂ ଶ୍ରୀଦେବୀ ବୋନି କପୁରଙ୍କୁ ବିବାହ କରିଥିଲେ ।