ଫିଲ୍ମି ଫ୍ରାଇଡେ ! ପରଦାରେ ‘ମୁନ୍ନା ମାଇକେଲ୍’ ଓ ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍ଖା’

39

ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ଦୁଇଟି ବଲିଉଡ୍ ସିନେମା । ଟାଇଗର ଶ୍ରଫଙ୍କ ଆକ୍ସନ ରୋମାନ୍ସ ସିନେମା ‘ମୁନ୍ନା ମାଇକେଲ୍’ ଏବଂ ଆଡଲ୍ଟ ଡ୍ରାମା ସିନେମା ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍ଖା’ । ଆକ୍ସନ ରୋମାନ୍ସ ସିନେମା ‘ମୁନ୍ନା ମାଇକେଲ୍’ର ମୁଖ୍ୟ ଭୂମିକାରେ ଅଛନ୍ତି ଟାଇଗର ଶ୍ରଫ୍, ନୱାଜୁଦ୍ଦିନ ସିଦ୍ଦିକି ଏବଂ ନିଧି ଅଗ୍ରୱାଲ । ସବିର ଖାନ୍ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ସିନେମାରେ ଭରପୁର ଆକ୍ସନ ସହ ଟାଇଗର ଶ୍ରଫଙ୍କ ଡାନ୍ସ ଦେଖିବାକୁ ମିଳିବ । ରିଲିଜ୍ ପୂର୍ବରୁ ଏହି ସିନେମାର ଗୀତ ଗୁଡିକୁ ପସନ୍ଦ କରିଛନ୍ତି ଦର୍ଶକ ।

‘ଲିପଷ୍ଟିକ ଅଣ୍ଡ ମାଇ ବୁର୍ଖା’ ଏକ ଆଡଲ୍ଟ ଡ୍ରାମା ସିନେମା । ସିନେମାର ଲିଡ଼ରେ କଙ୍କଣା ସେନ ଶର୍ମାଙ୍କ ସହ ଏକାଧିକ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ସିନେମାରେ ରହିଛି ଅନେକ ଆଡଲ୍ଟ ସିନ୍ । ତେବେ ସମାଜରେ ମହିଳାଙ୍କ ଅବଶ୍ୟକତା ଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼େଇର ବାର୍ତ୍ତା ରହିଛି ସିନେମାରେ ।