ପୁରୀ : ନ୍ୟାୟ ଦାବିରେ ଅସ୍ତରଙ୍ଗ ଥାନା ସମ୍ମୁଖରେ ଧାରଣା ଦେଲେ ମହିଳା

39

କନକ ବ୍ୟୁରୋ : ଥାନା ସମ୍ମୁଖରେ ମହିଳାଙ୍କ ଧାରଣା । ନ୍ୟାୟ ଦାବିରେ ଅସ୍ତରଙ୍ଗ ଥାନା ସମ୍ମୁଖରେ ଧାରଣା ଦେଲେ ମହିଳା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଡେରୁଣିଆଁ ବାଲିସାହି ଗାଁର ମହିଳା ଜଣକ ଅସଦାଚରଣ ଅଭିଯୋଗ କରିଥିଲେ । ନିମାପଡା କଲେଜର ଅଧ୍ୟାପକ ଅଜୟ ବେହେରାଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ କରିଥିଲେ ।

ତେବେ ଘଟଣାପର ଠାରୁ ସମ୍ପୃକ୍ତ ଅଧ୍ୟାପକ ଫେରାର ଥିଲେ । ଏବେ ଗଣମାଧ୍ୟମକୁ ଆସି ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରିଣୀ ଜଣକ ତାଙ୍କ ଭାଇବୋହୁ ଓ ଜମିଜମା ବିବାଦକୁ ନେଇ ସେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ମହିଳା ଜଣକ ୧୮ତାରିଖ ଦିନ ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ ।

ତେବେ ପୁଲିସ ତାଙ୍କୁ କାବୁ କରି ବୁଝାସୁଝା କରିବା ପରେ ଘରକୁ ପଠାଇଦେଇଥିଲା । ଏହି ମାମଲାରେ ଅଭିଯୁକ୍ତ ପୁଣି ତାଙ୍କୁ ଧମକଚମକ କରିବା ଅଭିଯୋଗ କରି ମହିଳା ଜଣକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପୁଲିସ ଅଭିଯୁକ୍ତଙ୍କ ଗିରଫ ପ୍ରତିଶୃତି ଦେବା ପରେ ମହିଳା ଜଣକ ଧାରଣା ପ୍ରତ୍ୟାହୃତ କରିଛନ୍ତି ।