ଆଜି ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ : ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ କରାଇବେ ଶପଥ ପାଠ

17

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ଗ୍ରହଣ କରିବେ । ଟ୍ରମ୍ପ ତାଙ୍କର ଗୁରୁତ୍ୱପୁର୍ଣ୍ଣ ପଦବୀ ପାଇଁ ଚୟନ ପ୍ରକ୍ରିୟା ସଂପୂର୍ଣ କରିଛନ୍ତି । ତେବେ ବରିଷ୍ଠ ମନ୍ତ୍ରୀ, ସଚିବ, ଏବଂ ସହାୟକ ଚୟନରେ ରାଷ୍ଟ୍ରହିତ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିବାର ଅଭିଯୋଗ ହୋଇଛି । ପ୍ରାୟ ୩ଶହ କୋଟି ଡଲାର ସଂପତିର ମାଲିକ ତଥା ବିଶିଷ୍ଟ ବ୍ୟବସାୟୀ ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଆମେରିକା ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ଅପରାହ୍ନ ୧୨ଟାରେ ଡୋନାଲ୍ଡ ଟ୍ରମ୍ପକୁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ କରାଇବେ । ଶପଥଗ୍ରହଣ ସମାରୋହ ପରେ ଏକ ପରେଡ ହ୍ୱାଇଟ ହାଉସ ଅଭିମୁଖେ ଯିବ । ଏହି ପରେଡରେ ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ମାଇକ ପେନ୍ସ, ଓ ସେମାନଙ୍କ ପରିବାରଲୋକ ସାମିଲ ହେବେ । ଏଥିସହ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ, ଓ ସେନା ମଧ୍ୟ ସାମିଲ ହେବେ ।

ଆଜିର ଶପଥ ଗ୍ରହଣ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜିି ଅପରାହ୍ନ ଗୋଟାଏରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିବ । ୱାସିଂଟନ ଲିଙ୍କନ ମେମୋରିଆଲ ଓ ଜିଏଫକେ ମେମୋରିଆଲରେ ବିଭିନ୍ନ ଗ୍ରୁପ ପରଫର୍ମ କରିବେ । ବିଶେଷ କରି ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବଲିଉଡକୁ ପରଫର୍ମ କରିବାକୁ ସୁଯୋଗ ମିଳିଛି । କଣ୍ଠଶିଳ୍ପୀ ମିକା ଓ ମଡେଲ କମ୍ ଅଭିନେତ୍ରୀ ମାଣ୍ଡବୀ ମମଗାଇ ପରଫର୍ମ କରିବେ । ଏଥିପାଇଁ ପାଖାପଖି ୧୨ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ସୂଚନା ମିଳିଛି ।