କିରୋସିନକୁ ନେଇ ରାଜନୀତିରେ ନିଆଁ ! ଆଜି ରାଜଭବନ ଆଗରେ ଧାରଣା ଦେବ ବିଜେଡି

39

କନକ ବ୍ୟୁରୋ : କିରାସିନ ଯୋଗାଣରେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ଏହାର ପ୍ରତିବାଦରେ ଆଜିି ବିକ୍ଷୋଭ କରିବ ବିଜେଡି । ରାଜଭବନ ଆଗରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା ଦିଆଯିବ । କେନ୍ଦ୍ର ସରକାରଙ୍କ ଏହି ନୀତି ବିରୋଧରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦଳୀୟ ସାଂସଦଙ୍କ ସହ ବିଧାୟକମାନେ ଯୋଗ ଦେବେ ।