ପୁଣି ରିମାଣ୍ଡରେ ଯାଇପାରନ୍ତି ଟିମଏସି ସାଂସଦ: ୮ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ସିବିଆଇ

18

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରରେ ଗିରଫ ହୋଇଥିବା ଟିଏମସି ସାଂସଦ ସୁଦୀପ ବନ୍ଦୋପାଧାୟଙ୍କ ଆଜି ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଅବଧି ଶେଷ ପରେ ସ୍ପେଶାଲ ସିଜେଏମ କୋର୍ଟରେ ତାଙ୍କୁ ହାଜର କରାଯାଇଛି । ପୁଣି ତାଙ୍କୁ ୮ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି । ଗତ ୪ ତାରିଖରୁ ୬ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଏହି ସମୟରେ ସିବିଆଇ ସୁଦୀପଙ୍କୁ ରୋଜଭ୍ୟାଲି ସହ ତାଙ୍କ ସଂପର୍କ, କମ୍ପାନୀ ଟଙ୍କାରେ ୟୁରୋପ ଗସ୍ତ ସଂପର୍କରେ ପଚରାଉଚରା କରିଥିବା ଜଣାପଡିଛି ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ :