ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ତିତଲି ପ୍ରଭାବ ! କେଉଁଠି ଯାତାୟତ ଠପ୍ ତ କେଉଁଠି ପୋଲ ଉପରେ ଯାଉଛି ୨ ଫୁଟର ପାଣି

41

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ତିତଲି ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ବନ୍ତଳା, ପୋକତୁଙ୍ଗା, ବାରଗଣିଆ, ଧକୁଟା, ଜମୁଣ୍ଡା, ବଡକନ୍ତକୁଳ, ମାଧପୁର ଆଦି ଅଂଚଳରେ ଭୀଷଣ ବର୍ଷା ହୋଇଛି ।

ବର୍ଷା ପାଣି ଶହ ଶହ ହେକ୍ଟର ଚାଷ ଜମିରେ ମାଡି ଯାଇଛି । ଅନୁଗୋଳ-ମାଧପୁର, ବନ୍ତଳା-ଧକୁଟା ରାସ୍ତା ଭାଙ୍ଗି ଯାତାୟତ ଠପ୍ ହୋଇପଡିଛି ।

ପୋଲ ଉପରେ ୨ରୁ ୩ ଫୁଟର ପାଣି ଚାଲୁଛି । ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ଘର ଲଗାଣବର୍ଷାରେ ଭାଙ୍ଗିବାରେ ଲାଗିଛି ।

ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାପୁଆ ନଦୀର ପୋଲ ଉପରେ ପାଣି ଚାଲିଛି । ପୋଲ ବୁଡି ତା ଉପରେ ପ୍ରାୟ ୨ ଫୁଟର ପାଣି ଚାଲିଛି ।

ଏହା ସହ ଢେଙ୍କାନାଳ ସଦର ବ୍ଲକ୍ ଅଉଖମା ନିକଟ ପୂରୁଣା କଟକ ସମ୍ବଲପୁର ରାସ୍ତା ଉପରେ ମଧ୍ୟ ୨ ଫୁଟ ଉଚ୍ଚର ବନ୍ୟାଜଳ ଚାଲିଛି । ଫଳରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି ।