ବାରମ୍ବାର ଭାଙ୍ଗି ଯାଉଛି କି ନଖ ? ମଜଭୂତ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

31

ହାତର ସୌନ୍ଦର୍ଯ୍ୟ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ନଖ । ସୁନ୍ଦର ତଥା ଲମ୍ବା ନଖ ସବୁ ଯୁବତୀଙ୍କ ପସନ୍ଦ । କିନ୍ତୁ କିଛି ମହିଳାଙ୍କ ନଖ ଖୁବ୍ କମଜୋର୍ ଥାଏ । ଯାହା କାମ କରିବା ସମୟରେ ଭାଙ୍ଗି ଯାଇଥାଏ । ଏହାଦ୍ୱାରା ହାତର ସୌନ୍ଦଯ୍ୟ ତ ଖରାପ ହୋଇଥାଏ, ଏହାସହ ପୀଡା ମଧ୍ୟ ହୋଇଥାଏ । ଏମିତିରେ ନିଜର ନଖକୁ ମଜଭୂତ କରିବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର ।

ବାଦାମ ତେଲ ଏବଂ ଲେମ୍ବୁ :
ଘରର କାମ କରିବା ସମୟରେ ଅନେକ ମହିଳାଙ୍କ ନଖ ଫାଟିବା ଆରମ୍ଭ ହୋଇ କିଛି ଦିନ ପରେ ଭାଙ୍ଗି ଯାଇଥାଏ । ଏପରି ସ୍ଥଳରେ ବାଦାମ ତେଲ ଏବଂ ଲେମ୍ବୁ ଖୁବ୍ କାମରେ ଆସିଥାଏ । ବାଦମ ତେଲରେ ୨-୩ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ନଖରେ ଭଲ ଭାବରେ ମାଲିସ୍ କରନ୍ତୁ । ନିୟମିତ ଏପରି କଲେ ନଖ ମଜଭୂତ ହେବା ସହ ଚମକ ମଧ୍ୟ ଆସିଥାଏ ।

ଲୁଣ ଏବଂ ଲେମ୍ବୁ :
୨ ଚାମଚ ଲୁଣରେ ୨ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ନଖରେ ମାଲିସ୍ କରନ୍ତୁ । ପ୍ରତିଦିନ ଏପରି କଲେ ନଖ ମଜଭୂତ ହୋଇଥାଏ ।

ଅଣ୍ଡାର ହଳଦିଆ ଅଂଶ :
ନଖକୁ ମଜଭୂତ କରିବା ପାଇଁ ଅଣ୍ଡାର ହଳଦିଆ ଅଂଶ ଭଲ କାମ କରିଥାଏ । ଗୋଟିଏ ଅଣ୍ଡାର ହଳଦିଆ ଅଂଶରେ ଅଳ୍ପ କ୍ଷୀର ମିଶାନ୍ତୁ । ପ୍ରତିଦିନ ଏହି ମିଶ୍ରଣକୁ ନଖରେ ମାଲିସ୍ କରନ୍ତୁ ।

ବେକିଙ୍ଗ୍ ସୋଡା :
ବେକିଙ୍ଗ୍ ସୋଡାକୁ ଦାନ୍ତଘଷା ବ୍ରସରେ ଲଗାଇ ନଖରେ ଧୀରେ ରଗଡି ଲଗାନ୍ତୁ । ଏହା ବ୍ୟତୀତ ବେକିଙ୍ଗ୍ ସୋଡାରେ ଲେମ୍ବୁ ରସ ମିଶାଇ ମଧ୍ୟ ନଖରେ ଲଗାଇ ପାରନ୍ତି । ପ୍ରତିଦିନ ଏପରି କଲେ ନଖ ମଜଭୂତ ହେବା ସହ ଚମକ ମଧ୍ୟ ଆସିଥାଏ ।