‘ବାଗୀ ୨’ର ସୁଟିଂ ଆରମ୍ଭ ! ସିନେମାର ରହିଛି ଟାଇଗର ଶ୍ରଫ୍ ଓ ଦିଶା ପଟ୍ଟାନୀଙ୍କ ଜୋରଦାର ରୋମାନ୍ସ

129

ଟାଇଗର ଶ୍ରଫ୍ ଓ ଦିଶା ପଟ୍ଟାନୀଙ୍କ ଅଭିନୀତ ସିନେମା ‘ବାଗୀ ୨’ ର ସୁଟିଂ ଆରମ୍ଭ ହୋଇଯାଇଛି । ଏବେ ଖୁବ୍ ଶୀଘ୍ର ଏହି ରିୟଲ କପୁଲଙ୍କ କେମେଷ୍ଟ୍ରୀ ରିଲରେ ଦେଖିବା ପାଇଁ ମିଳିବ । ସୁଟିଂ ଆରମ୍ଭ ହୋଇଛି ବୋଲି ନିଜେ ଟାଇଗର ଶ୍ରଫ୍ ଓ ଦିଶା ପଟ୍ଟାନୀ ନିଜର ସୋସିଆଲ ମିଡ଼ିଆ ଆକାଉଂଟ ଜରିଆରେ ଦର୍ଶକଙ୍କୁ ଜଣାଇଛନ୍ତି । ଟାଇଗର ସିନେମା ସେଟରୁ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଫଟୋରେ ଟାଇଗର ଶ୍ରଫ୍, ଦିଶା ପଟ୍ଟାନୀ, ସାଜିଦ ନାଡ଼ିଆୱାଲା ଓ ନିର୍ଦ୍ଦେଶକ ଅହମ୍ମଦ ଖାନ୍ ନଜର ଆସୁଛନ୍ତି ।

tiger-dishaସୂଚନାଯୋଗ୍ୟ ସିନେମା ‘ବାଗୀ ୨’, ୨୦୧୬ରେ ରିଲିଜ ହୋଇଥିବା ସିନେମା ‘ବାଗୀ’ର ସିକ୍ୱେଲ । ଯେଉଁଠି ଟାଇଗରଙ୍କ ବିପକ୍ଷୟରେ ନଜର ଆସିଥିଲେ ଶ୍ରଦ୍ଧା କପୁର । କିନ୍ତୁୁ ଏଥର ରିୟଲ ଲାଇଫ ଯୋଡ଼ି ଟାଇଗର ଓ ଦିଶା ସିନେମାରେ ନଜର ଆସିବେ । ‘ବାଗୀ’ ବକ୍ସ ଅଫିସରେ ଭଲ ଆୟ କରିପାରିଥିଲା । ତେବେ ଶୁଣିବା ପାଇଁ ମିଳୁଛି ଟାଇଗର ଏହି ସିନେମାରେ ଦୈତ ଭୂମିରେ ନଜର ଆସିବେ । ବାଗୀ ୨ ପାଇଁ ଟାଇଗର ଲଣ୍ଡା ମଧ୍ୟ ହୋଇଯାଇଛନ୍ତି । ସେ ସିନେମାରେ ୨ଟି ଲୁକରେ ନଜର ଆସିବେ ।

ମେ ମାସରେ ସିନେମାର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ସିନେମାରେ ସାଜିଦ୍ ନାଡ଼ିଆଧ୍ୱାଲା ବ୍ୟାନର ଅଧିନରେ ନିର୍ମାଣ ହେଉଛି । ତେବେ ‘ବାଗୀ ୨’ ଆସନ୍ତା ବର୍ଷ ୨୦୧୮, ୨୭ ଏପ୍ରିଲରେ ରିଲିଜ ହେବ ବୋଲି ଆଶା କରାଯାଉଛି । ଏହି ସିନେମା ପୂର୍ବରୁ ଦିଶା ପଟ୍ଟାନୀ ଓ ଟାଇଗର ଶ୍ରଫ୍ ଏକ ଭିଡ଼ିଓ ସଙ୍ଗରେ ନଜର ଆସିଛନ୍ତି । ସବୁବେଳେ ପ୍ରାୟ ଉଭୟେ ଏକାଠି ନଜର ଆସୁଥିଲେ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟେ ଏଯାଏଁ କିଛି ସ୍ୱୀକାର କରିନାହାନ୍ତି ।