ଧାରଣାରେ ବସିଥିବା ଡାକ୍ତରଙ୍କୁ ଉଠାଇନେଲା ପୁଲିସ ! ଆନ୍ଦୋଳନରତ ଆୟୁଷ ଡାକ୍ତର ଅଟକ

20

କନକ ବ୍ୟୁରୋ : ଧାରଣାରେ ବସିଥିବା ଶତାଧିକ ଆୟୁଷ ଡାକ୍ତରଙ୍କୁ ଅଟକ ରଖିଲା ପୋଲିସ । ଧାରଣା ସ୍ଥଳରୁ ପୁଲିସ ଡାକ୍ତରଙ୍କୁ ଉଠାଇନେଇଛି । ଦରମା ଓ କେନ୍ଦ୍ରୀୟ ବେତନ ହାର ବୃଦ୍ଧି ଦାବିରେ ଧାରଣାରେ ବସିଥିଲେ ଆୟୁଷ ଡାକ୍ତର ।

ଗତ ତିନି ଦିନ ହେଲା ନୟାପଲ୍ଲୀ ସ୍ଥିତ ଜାତୀୟ ସ୍ୱାସ୍ଥ୍ୟସେବା ମିଶନ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧୪୮୫ଜଣ ଆୟୁଷ ଡାକ୍ତର । ଦୀର୍ଘ ୧୦ ବର୍ଷ ଧରି ଗ୍ରାମାଂଚଳର ସ୍ଥାସ୍ୟସେବା ଯୋଗାଇ ଦେଇଆସୁଛନ୍ତି ଏହି ଡାକ୍ତର । ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସେହିପରି ସପ୍ତମ ବେତନ କମିଶନ ଲାଗୁ କରିବା ସହ ସମାନ କାମକୁ ସମାନ ଦରମା ଦିଆଯାଉ ବୋଲି ଦାବି କରିଛନ୍ତି ।  ୨୦୧୫ରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ଡାକ୍ତରମାନେ ୨୫ ହଜାର ଟଙ୍କା ପାଇବେ ବୋଲି ସୁପାରିଶ ହୋଇଥିଲା ।