ବିବାଦରେ ବାଘ ଗଣନା

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଜଂଗଲରେ ପ୍ରକୃତରେ ବାଘଙ୍କ ସଂଖ୍ୟା କେତେ । ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା ନାସନାଲ୍ ଟାଇଗର କଂଜରଭେସନ୍ ଅଥରିଟି । ଏନଟିସିଏ ଇନ୍ସପେକ୍ଟର ଜେନେରାଲ୍ ହିମ୍ମତ ସିଂ ନେଗୀ କହିଛନ୍ତି, ଯଦି ଓଡିଶାରେ ୪୦ ଟି ମହାବଳ ବାଘ ଅଛନ୍ତି ,ତେବେ ଏହାର ପ୍ରମାଣ ଦିଅନ୍ତୁ ସରକାର । ଏନେଇ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗକୁ ଏନଟିସିଏ ଚିଠି ଲେଖିଛି । ୨୦୧୫ରେ ଏନଟିସିଏର ଗଣନା ଅନୁସାରେ ରାଜ୍ୟରେ ୨୮ ଟି ମହାବଳ ବାଘ ଥିଲେ । ଏହି ସଂଖ୍ୟା ୪୦ କେମିତି ହେଲା ସେନେଇ ପ୍ରଶ୍ନ ଉଠାଇଛି ଏନଟିସିଏ ।