ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ନାଁରେ ପ୍ରଡ୍ୟୁସରଙ୍କୁ କାଷ୍ଟିଂ କାଉଚ୍ ଧମକ ଦେବା ଅଭିଯୋଗ

23

କନକ ବ୍ୟୁରୋ : ପ୍ରଡ୍ୟୁସରଙ୍କୁ ମିଳୁଛି କାଷ୍ଟିଂ କାଉଚ୍ ଧମକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପ୍ରଡ୍ୟୁସର ରାଜେଶ ପତି । ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ନାଁରେ ସେ ଏହି ଅଭିଯୋଗ ଆଣିଛନ୍ତି । କହିଛନ୍ତି ଉପାସନା ଫିଲ୍ମ ପାଇଁ ୩୫ ଲକ୍ଷ ଟଙ୍କା ନେଇଛନ୍ତି । କିନ୍ତୁ ଟଙ୍କା ନେଇ ଫେରାଉ ନାହାନ୍ତି । ଆଉ ମାଗିଲେ କାଷ୍ଟିଂ କାଉଚ୍ ଧମକ ଦେଉଛନ୍ତି । ସେପଟେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଉପାସନା । କହିଛନ୍ତି ମୁଁ ଏବେ ଦିଲ୍ଲୀରେ ଅଛି । ଫେରିଲା ପରେ ସମସ୍ତ ତଥ୍ୟ ସହ ଗଣମାଧ୍ୟମରେ ଉତର ରଖିବି ।