ଦି ରାଇଟ୍ ଗ୍ଲାସ୍

199

ଜାତୀୟ ପୁରସ୍କାର ଘୋଷଣା ହେବା ପରେ ତାକୁ ନେଇ ଓଡିଶା ଓ ଓଡିଆ ଫିଲ୍ମ ଜଗତରେ ବେଶ୍ ଚର୍ଚ୍ଚା ଆଉ ଆଲୋଚନା । କାରଣ ଓଡିଆ ଫିଲ୍ମ ନିର୍ଦେଶକ ବିଶ୍ୱନାଥ ରଥଙ୍କ ସାମାଜିକ ସର୍ଟ ଫିଲ୍ମ ଦି ରାଇଟ୍ ଗ୍ଲାସ , ଅନ୍ତର୍ଜାତୀୟ ସ୍ତରରେ ନିଜର ନିରବ ଯାତ୍ରା ଜାରି ରଖିଛି । ଶିଶୁ ଅଧିକାର ପ୍ରସଙ୍ଗ ଉପରେ ତିଆରି ହୋଇଥିବା ଏ ନିର୍ବାକ ଫିଲ୍ମଟି ନିକଟରେ ପ୍ୟାରିସରେ ଅନୁଷ୍ଠିତ ହୋଇଥିବା ପାରାଚ୍ୟୁଟ ଲାଇଟ୍ ଜିରୋ ଆକ୍ଟ ଥ୍ରୀ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି । ସେଠାରେ ପ୍ରଦର୍ଶିତ ହୋଇଥିବା ମୋଟ୍ ୬୦ ଅନ୍ତର୍ଜାତୀୟ ଫିଲ୍ମ ଭିତରୁ ଏ ଫିଲ୍ମଟି ତିଲା ଅଫିସିଆଲ ସିଲେକ୍ସନ୍ ତାଲିକାରେ ସ୍ଥାନ ପାଇଥିବା ଏକ ମାତ୍ର ଫିଲ୍ମ ।

ଜନ୍ମ ହେଉଥିବା ପ୍ରତିଟି ଶିଶୁ କିଛି ଅଧିକାର ନେଇ ଦୁନିଆକୁ ଆସେ ଏବଂ ତା ପ୍ରତି ପରିବାର ଓ ସମାଜର ପ୍ରତିଟି ସଦସ୍ୟଙ୍କର କିଛି କର୍ତବ୍ୟ ଥାଏ – ଦି ରାଇଟ୍ ଗ୍ଲାସରେ ଏହି କଥା କହିବାର ପ୍ରୟାସ କରାଯାଇଛି ।

ଦି ରାଇଟ୍ ଗ୍ଲାସ ର ନିର୍ଦେଶକ ଓ ଲେଖକ ହେଉଛନ୍ତି ବିଶ୍ୱନାଥ ରଥ । ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି ଭୁବନେଶ୍ୱରର ଏକ ଏନଜିଓ – ଉଇ ଫର୍ ୟୁ । କୋରାପୁଟ ଜୟପୁରରେ ଜନ୍ମିତ ବିଶ୍ୱନାଥ ଦି ରାଇଟ୍ ଗ୍ଲାସ ବ୍ୟତୀତ ଆହୁରି ଏକାଧିକ ପୁରସ୍କୃତ ସର୍ଟ ଫିଲ୍ମର ନିର୍ଦେଶନା ଦେଇଛନ୍ତି ।