ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଖୋଲିଲେ ଦୀର୍ଘଜୀବି ହେବାର ରହସ୍ୟ : ଜାଣନ୍ତୁ କ’ଣ ?

56

ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ହିସାବରେ ନିଜର ପରିଚୟ ସୃଷ୍ଟି କରିଥିବା ୧୧୨ ବର୍ଷୀୟ ମସାଜୋ ନୋନାକାଙ୍କ ପରିବାର ଲୋକେ ତାଙ୍କ ଦୀର୍ଘଜୀବି ହେବାର ରହସ୍ୟ ପଦାକୁ ଆଣିଛନ୍ତି । ଏହି ରହସ୍ୟ ହେଉଛି ମିଠା ଖାଇବା ଓ ଗରମ ପାଣିରେ ଗାଧୋଇବା । ସେ ତାଙ୍କ ପରିବାର ଲୋକଙ୍କ ସହ ରହନ୍ତି ।

ଆଲବର୍ଟ ଆଇନଷ୍ଟାଇନ ଦ୍ୱାରା ବିଶେଷ ସାପେକ୍ଷତାର ସିଦ୍ଧାନ୍ତ ପ୍ରତିପାଦିତ କରିବାର କିଛି ମାସ ପୂର୍ବରୁ ୨୫ ଜୁଲାଇ ୧୯୦୫ରେ ନୋନାକାଙ୍କ ଜନ୍ମ ହୋଇଥିଲା । ଜାପାନର ପୂର୍ବୋତ୍ତର ଦ୍ୱୀପ ହୋକ୍କାଇଡୋରେ ତାଙ୍କ ଘରେ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡସ ତାଙ୍କୁ ପୃଥିବୀର ସବୁଠାରୁ ବୟୋଜ୍ୟଷ୍ଠ ଜୀବିତ ବ୍ୟକ୍ତିର ପ୍ରମାଣ ପତ୍ର ଦେଇଛି ।

ତାଙ୍କ ନାତୁଣୀ ୟୁକୋ ନୋନାକା କହିଛନ୍ତି, “ତାଙ୍କୁ ଯିବା ଆସିବା କରିବା ପାଇଁ ହ୍ୱିଲ ଚେୟାରର ଆବଶ୍ୟକତା ପଡେ, କିନ୍ତୁ ତାଙ୍କ ଅବସ୍ଥା ଠିକ ଅଛି । ସେ ଯେକୈାଣସି ପ୍ରକାରର ମିଷ୍ଠାନ୍ନ ଖାଇବାକୁ ବହୁତ ପସନ୍ଦ କରନ୍ତି । ସେ ପ୍ରତିଦିନ ଖବର କାଗଜ ପଢ଼ନ୍ତି ଏବଂ ଗରମ ପାଣିରେ ଗାଧାନ୍ତି । ତାଙ୍କର ସାତ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ”

ଗିନିଜ ୱାଲର୍ଡ ରେକର୍ଡ ମୁତାବକ ସେ ୧୯୩୧ରେ ହତସୁନୋଙ୍କୁ ବିବାହ କରିଥିଲେ ଓ ତାଙ୍କର ପାଂଚ ଜଣ ପିଲା ଅଛନ୍ତି । ଏହି ସଂଗଠନ କହିଛି ଯେ, ଫେବୃୟାରୀରେ ସ୍ପେନର ୧୧୩ ବର୍ଷୀୟ ଫ୍ରାନ୍ସିସ୍କୋ ନୁନେଜ ଓଲିବେରାଙ୍କ ନିଧନ ପରେ ନୋନାକା ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ହେବାର ପ୍ରମାଣ ପତ୍ର ମିଳିଛି ।