ଜମ୍ମୁ-କାଶ୍ମୀରରେ ସେନା ଶିବିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ! ଜଣେ ଯବାନ ସହିଦ, ଜଣେ ଗୁରୁତର

29

ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ଯବାନ କରୁଥିବା ଅପରେସନ ଦେଖି ଚିହିଁକି ଉଠିଛନ୍ତି ଆତଙ୍କବାଦୀ ଗୋଷ୍ଠୀ । ଆଉ ଏହାର ପ୍ରତିଶୋଧ ନେବାକୁ ଜମ୍ମୁ କଶ୍ମୀରର ତ୍ରାଲରେ ଗୁରୁବାର ଆତଙ୍କବାଦୀମାନେ ସେନାର ୪୨ ନମ୍ବର ଶିବିର ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି। ଫଳରେ ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୈସ-ଏ-ମହମ୍ମଦ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।

ସୂଚନା ଅନୁସାରେ ଆତଙ୍କବାଦୀମାନେ ରାଷ୍ଟ୍ରୀୟ ରାଇଫଲର ୪୨ ନମ୍ବର ଶିବିରକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଆତଙ୍କବାଦୀଙ୍କ ସଂସ୍ପର୍ଶରେ ୨ ଜଣ ଯବାନ ଆସି ଯାଇଥିଲେ। ଆକ୍ରମଣ ପରେ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଛନ୍ତି। ପ୍ରତି ସ୍ଥାନରେ କଡାକଡି ଯାଞ୍ଚ କରାଯାଉଛି । ଏହା ପୂର୍ବରୁ ଯବାନମାନେ ଅନନ୍ତନାଗ ଏବଂ ବାରାମୂଳାରେ ୬ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଯେଉଁଥିପାଇଁ ଆତଙ୍କବାଦୀଙ୍କ ଶିବିରରେ ଛନକା ପଶିଛି ।