ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ହମଲା : ଶ୍ରୀନଗର ଜକୁରାରେ ଏସଏସବି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ

38

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ପୁଣି ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଜକୁରାରେ ସଶସ୍ତ୍ର ସୀମା ବଳ ଉପରେ ଏହି ଆକ୍ରମଣ ହୋଇଛି । ଯବାନମାନେ ଡିୟୁଟି ସାରି ଫେରୁଥିବା ବେଳେ ଏସଏସବି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଛି । ଏହି ଘଟଣାରେ ୧ ଜଣ ଯବାନ ସହିଦ ହୋଇଥିବା ବେଳେ ୭ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ଏସଏସବିର ଆଇଜି ଦେଇଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ୫୦ ରାଉଣ୍ଡ ଫାଏରିଂ କରିଥିଲେ । ସହରର ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଯବାନମାନେ ଡ୍ୟୁଟି ସାରି ନିଜ ଶିବିରକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହା ପୂର୍ବରୁ ପମ୍ପୋର ଇଡିଆଇ ବିଲ୍ଡିଂକୁ ଆତଙ୍କବାଦୀ ମାନେ କବ୍ଜା କରି ନେଇଥିଲେ । ଏହି ଅପରେସନରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଦୀର୍ଘ ୬୦ ଘଂଟା ଧରି ଗୁଳିବିନିମୟ ହୋଇଥିଲା ।ଏବଂ ୨ଜଣଙ୍କ ଆତଙ୍କବାଦୀ ନିହତ ହୋଇଥିଲେ ।