ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ତେଜପ୍ରତାପ ! କେତେବେଳେ ସାଜୁଛନ୍ତି ଶିବ ତ ଆଉ କେତେବେଳେ କୃଷ୍ଣ । 

85

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବ ସବୁବେଳେ ଚର୍ଚ୍ଚାର ରହିଥାନ୍ତି । କେତେବେଳେ ନିଜ ବିବାହକୁ ନେଇ ତ ଆଉ କେତେବେଳେ ନିଜ ବେଶପୋଷାକକୁ ନେଇ ଖୁବ୍ ଚର୍ଚ୍ଚାରେ ଥାନ୍ତି । ଏବେ ସେ ପୁଣି  ଚର୍ଚ୍ଚା ପରିସରକୁ ଆସିଛନ୍ତି । ତାଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

 

ଯେଉଁଥିରେ ସେ ଭଗବାନ ଶିବଙ୍କ ଅବତାର ଧାରଣ କରି ହାତରେ ତ୍ରିଶୂଳ ଧରି ଜପ ମୁଦ୍ରାରେ ବସିରହିଛନ୍ତି । ତେବେ ଏଭଳି ଅବତାର ସେ ପ୍ରଥମ ଥର ପାଇଁ ନେଇନାହାନ୍ତି । ଏହା ପୂର୍ବରୁ ସେ ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିଥିଲେ । କୃଷ୍ଣଙ୍କ ଭଳି ପୋଷାକ ସାଙ୍ଗକୁ ହାତରେ ବଂଶୀ ଧରି ମଧ୍ୟ ବଜାଉଥିଲେ । ଏହା ପୂର୍ବରୁ ବସନ୍ତ ପଞ୍ଚମୀ ଅବସରରେ ସେ ଲୋକଙ୍କ ମେଳରେ ରହି ଜଲେପୀ ପ୍ରସ୍ତୁତ କରୁଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

 

କିଛି ଦିନ ପୂର୍ବରୁ ସେ ପାଟଣା ରୋଡରେ ସାଇକେଲ୍ ଚଲାଉଥିବା ସମୟରେ ତଳେ ପଡିଯାଇଥିଲା ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ଟ୍ରୋଲିଙ୍ଗର ମଧ୍ୟ ସାମ୍ମା କରିଥିଲେ । ତେବେ ଏତିକିରେ କଥା ଶେଷ ହୋଇନି ଲୋକଙ୍କୁ ସେ ସେତେବେଳେ ଚକିତ କରିଥିଲେ ଯେତେବେଳେ ମହୁଆ ନାମକ ସ୍ଥାନରେ ପୋଷାକ ବାହାର କରି ସେ ନଳକୂପରୁ ପାଣିବାଲଟି କାଢି ଗାଧୋଇବାକୁ ଲାଗିଥିଲେ । ବିଧାନସଭା ସମୟରେ ମଧ୍ୟ ସେ ରିକ୍ସା ଧରି ବିଧାନସଭା ପହଞ୍ଚି ନେତାମାନଙ୍କୁ ଅବାକ୍ କରିଦେଇଥିଲେ । ତେବେ ବିରୋଧି ନେତାମାନେ ତେଜପ୍ରତାପଙ୍କ ଏଭଳି କାରନାମାକୁ “ରାଜନୀତି ଡ୍ରାମା” କହିଛନ୍ତି ।