ରାଜରାସ୍ତାରେ ଶିକ୍ଷକଙ୍କ ବିକ୍ଷୋଭ : ୯ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ

29

କନକ ବ୍ୟୁରୋ : ରାଜରାସ୍ତାରେ ଶିକ୍ଷକଙ୍କ ବିକ୍ଷୋଭ । ୯ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ବିିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏଲିମେଂଟାରୀ ପିଜି ଶିକ୍ଷକ ସଂଘ ଓ ବିଏଡ ଶିକ୍ଷା ସହାୟକ ସଂଘ । ପିଜି ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ଓ ଚୁକ୍ତିଭିତିକ ଶିକ୍ଷକକୁ ନିୟମିତ କରିବା ପ୍ରମୁଖ ଦାବି ନେଇ ରାଜରାସ୍ତାକୁ ଓହ୍ଳାଇଛନ୍ତି ଶିକ୍ଷକ ।

ପ୍ରାୟ ୧ହଜାର ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୂର୍ବରୁ ଶିକ୍ଷକଙ୍କ ଦାବି ନେଇ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ବାଟ ବାହାରିପାରିନାହିଁ । ଫଳରେ ପୁଣି ଥରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ ।