ମରିଗଲା ମାନବିକତା ! ଅସୁସ୍ଥ ଶିକ୍ଷକଙ୍କୁ ଚିକିତ୍ସା ନକରି ଛାତ୍ରଙ୍କ ହାତରେ ଘରକୁ ପଠାଇଦେଲେ ସ୍କୁଲ୍ କର୍ତ୍ତୃପକ୍ଷ

17

କନକ ବ୍ୟୁରୋ : ସ୍କୁଲ କର୍ତ୍ତୃପକ୍ଷଙ୍କ ଅମାନବୀୟ ବ୍ୟବହାର । ଅବହେଳାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ । ଅଚେତ ଶିକ୍ଷକଙ୍କୁ ନିକଟସ୍ଥ କୌଣସି ହସ୍ପିଟାଲରେ ଭର୍ତ୍ତି କରିବା ପରିବର୍ତ୍ତେ, ଦେଢଶହ କିଲୋମିଟର ବାଟ ଘରକୁ ପଠାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ପରିବାର ଲୋକଙ୍କ ଫୋନ୍ ନମ୍ବର ଦେଇ ସ୍କୁଲର ୪ଜଣ ଛାତ୍ରଙ୍କ ହାତରେ ସୁନ୍ଦରଗଡ ସହର ମିଶନ ରୋଡରେ ଥିବା ତାଙ୍କ ଘରକୁ ନେଇଯିବାକୁ କହିଥିଲେ । ପରିବାର ଲୋକ ଏ ସଂପର୍କରେ ଖବର ପାଇ ହସ୍ପିଟାଲ ନେବା ବେଳକୁ ଶିକ୍ଷକଙ୍କ ମୃତ୍ୟୁ ହୋଇସାରିଥିଲା ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ସମ୍ବେଦନହୀନ ବ୍ୟବହାରକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

• ଶିକ୍ଷକ ଅଶୋକ ସେଠଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
• ତୁରନ୍ତ ଚିକିତ୍ସା ମିଳିଥିଲେ ଜୀବନ ବଂଚିଯାଇ ନଥାନ୍ତା କି?
• ଗୁରୁତର ଅସୁସ୍ଥଙ୍କୁ ୧୫୦ କିଲୋମିଟର ପଠାଇଦେବା କେତେଦୂର ଠିକ୍?
• ଯଦି ସ୍କୁଲରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ତେବେ ପୋଲିସକୁ କାହିଁକି ଖବର ଦିଆଗଲା ନାହିଁ?