ତଥାଗତଙ୍କ ‘ଚୋର’ ଉପାଖ୍ୟାନ ! ସାଧାରଣ ସଭାରେ ବିଜେଡି ମନ୍ତ୍ରୀଙ୍କ କଲେ ଚରିତ୍ର ସଂହାର

30

କନକ ବ୍ୟୁରୋ : ବିଜେଡିରେ ପୁଣି ତଥାଗତ ଝଡ଼ । ସାଧାରଣ ସଭାରେ ବିଜେଡି ମନ୍ତ୍ରୀଙ୍କୁ ଚୋର କହି ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି ସାଂସଦ ତଥାଗତ ଶତପଥୀ । ଏପରିକି କିଛି ମନ୍ତ୍ରୀଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନାହାନ୍ତି ବିଜେଡି ସାଂସଦ । ୩/୪ଜଣ ଚୋର ମନ୍ତ୍ରୀଙ୍କୁ ନବୀନ ଦଳରୁ ବିଦା କରିଛନ୍ତି । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ନାଁ ମଧ୍ୟ ନେଇଛନ୍ତି । ତଥାଗତଙ୍କ ଏଭଳି ଆକ୍ଷେପ ଦେବୀ ମିଶ୍ରଙ୍କୁ ମର୍ମାହତ କରିବା ପରେ ସେ ତୃତୀୟ ମହଲାରେ ପହଂଚି ସୁପ୍ରିମୋଙ୍କୁ ଫେରାଦ ହୋଇଥିଲେ ।

ତେବେ କାହିଁକି ଦେବୀ ମିଶ୍ରଙ୍କ ବିରୋଧରେ ଏଭଳି ବିଷୋଦଗାର କଲେ ତଥାଗତ? କୁହାଯାଉଛି ବିଜେଡି କାର୍ଯ୍ୟକାରିଣୀରେ ତଥାଗତଙ୍କ ତାଗିଦ ସତ୍ୱେ ଅଭିଭାଷଣ ମଝିରୁ ଅଟକାଇ ଦେଇଥିଲେ ଦେବୀ । ଏଥିରେ ବିରକ୍ତି ପ୍ରକାଶ କରି ଭାଷଣ ଅଧାରୁ ଛାଡି ଚାଲିଯାଇଥିଲେ ତଥାଗତ । ଏବେ ତଥାଗତଙ୍କ ବୟାନରେ ସେହି ବିବାଦର ପ୍ରତିଫଳନ ଦେଖିବାକୁ ମିଳିଛି ।

ସର୍ବସାଧାରଣରେ ନିଜ ଦଳର ମନ୍ତ୍ରୀମାନଙ୍କ ବିରୋଧରେ ତଥାଗତଙ୍କ ଏଭଳି ବୟାନ ଏକ ବଡ ବିତର୍କର ସୂତ୍ରପାତ କରିଛି । ବିଜେଡି ମନ୍ତ୍ରୀଙ୍କୁ ଚୋର କହି ବିରୋଧୀଙ୍କୁ ସମାଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ତଥାଗତ ଶତପଥୀ ।