ତାରକ୍ ମେହେତା କା ଉଲଟା ଚଷମା କମେଡି ସିରିଏଲ୍ ଅଭିନେତା ଡାକ୍ତର ହାତୀଙ୍କ ଶେଷକୃତ୍ୟ ସଂପନ୍ନ! ଅନ୍ତିମ ବେଳାରେ ନଜର ଆସିଲେ ସହ-କଳାକାର ।

40

ସବ୍ ଟି.ଭିରେ ପ୍ରଶାରିତ ହେଉଥିବା କମେଡି ସିରିଏଲ୍ ‘ତାରକ୍ ମେହେତା କା ଉଲଟା ଚଷମା’ରେ ଡାକ୍ତର ହଂସରାଜ ହାତୀଙ୍କ ଭୂମିକାରେ ନଜର ଆସୁଥିବା କଳାକାର କବି କୁମାର ଆଜାଦଙ୍କ ମଙ୍ଗଳବାର ଶେଷକୃତ ସଂପନ୍ନ ହୋଇଯାଇଛି । ଦର୍ଶକଙ୍କୁ ନିଜ କମେଡି ଜାଦୁରେ ହସାଉଥିବା ଏବଂ ସହ-କଳାକାରଙ୍କ ମଧ୍ୟରେ ସମସ୍ତଙ୍କର ପ୍ରିୟ ଥିବା ହାତୀ ଭାଇଙ୍କୁ ଇଣ୍ଡଷ୍ଟ୍ରୀ ଯେ ମନେ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ ।

ତେବେ ଅନ୍ତିମ ଘଡିର ମୁହୂର୍ତ୍ତରେ କବି କୁମାର ଆଜାଦଙ୍କୁ ଶେଷଥର ପାଇଁ ଦେଖିବାକୁ ତାଙ୍କ ଘରେ ସହ-କଳାକାରଙ୍କ ଗହଳି ଲାଗିଥିଲା । ପରିବାରର ବୁକୁଫାଟ କାନ୍ଦ ଏବଂ ସହ-କଳାକାର ଏବଂ ପ୍ରଶଂସକଙ୍କ ମଉଳା,ଦୁଃଖଭରା ଚେହେରାରେ କବି କୁମାର ଆଜାଦଙ୍କ ଶେଷକୃତ ସଂପନ୍ନ ହେଲା ।