ସୋରଡାରେ ଟ୍ରକକୁ ପିଟିଲା ଟ୍ରାଭେରା ! ଘଟଣାସ୍ଥଳରେ ଚାଲିଗଲା ତହସିଲଦାରଙ୍କ ଜୀବନ, ନିର୍ବାଚନ କାମରେ ଆସୁଥିଲେ ଭୁବନେଶ୍ୱର । 

894

କନକ ବ୍ୟୁରୋ : ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ନୂଆଗାଁ ଅଞ୍ଚଳର ସୋରଡ଼ା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ନୂଆପଡ଼ା ଜିଲ୍ଲା କୋମନା ତହସିଲଦାରଙ୍କର ମୃତ୍ୟୁ ଘଟିଛି । ତାଙ୍କ ଟାଭେରା କାରର ଡ୍ରାଇଭର୍ ଆହତ ହୋଇ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ମୃତ ତହସିଲଦାରଙ୍କ ନାମ ସୁରେଶ କୁମାର ନନ୍ଦ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ । ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କାମରେ ସୁରେଶ ଭୁବନେଶ୍ୱରକୁ ଆସୁଥିଲେ । ତେବେ ବାଟରେ ଏକ ଟ୍ରକ ସହ ତାଙ୍କ ଟ୍ରାଭେରା ଗାଡି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ତହସିଲଦାର ସୁରେଶ ନନ୍ଦଙ୍କର ମୃତ୍ୟୁ ହୋଇଛି ।