ମୋଦି ସରକାର ଅମଳରେ ସ୍ୱିସ ବ୍ୟାଙ୍କରେ ୮୦ ପ୍ରତିଶତ କମିଛି କଳାଧନ : ବ୍ୟାଙ୍କ ତରଫରୁ ଜାରି କରାଗଲା ରିପୋର୍ଟ

47

କନକ ବ୍ୟୁରୋ : ମୋଦି ସରକାର ଅମଳରେ ସ୍ୱିସ ବ୍ୟାଙ୍କରେ କମିଛି ୮୦ ପ୍ରତିଶତ କଳାଧନ ଜମା । ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶିରେ ୫୦ ପ୍ରତିଶତ ବୃଦ୍ଧି ପାଇବା ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା ହେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ତଥ୍ୟ ମାଗିଥିଲା ଅର୍ଥମନ୍ତ୍ରାଳୟ । ତାପରେ ବ୍ୟାଙ୍କ ତରଫରୁ ସଫେଇ ଦିଆଯାଇଛି । କୁହାଯାଇଛି ବ୍ୟାଙ୍କରେ ଜମା ହୋଇଥିବା ସମସ୍ତ ରାଶି କଳାଧନ ନୁହେଁ । ୨୦୧୭ରେ ୩୫ଦଶମିକ୍ ୫ପ୍ରତିଶତ କଳାଧନ ଜମା ହ୍ରାସ ପାଇଛି । ବ୍ୟାଙ୍କର ବିଆଇଏସ୍ କହିଛନ୍ତି କି ଅଣ ବ୍ୟାଙ୍କ ଲୋନ୍ ଏବଂ ଡିପୋଜିଟରେ ହ୍ରାସ ଘଟିଛି । ୨୦୧୬ ରେ ଅଣବ୍ୟାଙ୍କ ଲୋନ ଓ ଡିପୋଜିଟ୍ର ପରିମାଣ ୫୦ କୋଟି ଡଲାର ଥିବାବେଳେ ୨୦୧୭ରେ ଏହା ୫୨କୋଟି ୪ଲକ୍ଷ ଡଲାରକୁ ଖସି ଆସିଛି । ଏନେଇ ଆଜି ରାଜ୍ୟସଭାରେ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ । ସେ କହିଛନ୍ତି ସ୍ୱିସ ବ୍ୟାଙ୍କର ବିଭିନ୍ନ କୋଣ ଅନୁକୋଣରୁ ଭାରତୀୟଙ୍କ ଟଙ୍କା ଜମାହେଉଛି । ଜମାହେଉଥିବା ଏହି ସମସ୍ତ ଅର୍ଥ କଳାଟଙ୍କା ନୁହେଁ ବୋଲି ସେ କହିଛନ୍ତି ।

courtesy: DNA India

ସେପଟେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ ରାଷ୍ଟ୍ର ରାୱଣ୍ଡାରେ ପହଁଚିଛନ୍ତି । ସେଠାକାର ରାଷ୍ଟ୍ରପତି ପାର୍ଲ କାଗମେଙ୍କୁ ଭେଟିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି । ବିଶେଷ କରି ବାଣିଜ୍ୟ ଓ କୃଷି ସହଯୋଗ କ୍ଷେତ୍ରରେ କିଭଳି ମଜବୁତ କରିହେବ ସେନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହେବା ସହ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ରାୱାଣ୍ଡା ପାଇଁ ମୋଦି ୨୦ କୋଟି ଡଲାରର ଋଣ ଉପରେ ଆଲୋଚନା କରିଛନ୍ତି । ଏହାପରେ ମୋଦି ଘୋଷଣା କରିଥିଲେ ସେ ରାୱାଣ୍ଡାରେ ଖୁବଶୀଘ୍ର ଭାରତୀୟ ଦୂତାବାସ ଖୋଲାଯିବ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ଏବଂ ବାଣିଜ୍ୟ, ପାସପୋର୍ଟ ଓ ଭିସା କ୍ଷେତ୍ରରେ ମଧ୍ୟ ବିଭିନ୍ନ ସୁବିଧା ଉପଲବ୍ଧ ହେବ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ରାୱାଣ୍ଡାକୁ ଏହା ହେଉଛି ପ୍ରଥମ ଗସ୍ତ । ଗତକାଲି ରାତିରେ ପହଁଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।