ସ୍ୱିସ୍ ବ୍ୟାଙ୍କରେ କଳାଧନ ଜମାକାରୀଙ୍କ ଉପରେ ଚଡକ । ଆକାଉଂଟ ସଂପର୍କିତ ସୂଚନା ଭାରତ ସରକାରଙ୍କୁ ଦେବା ପୂର୍ବରୁ ୨୫ ଭାରତୀୟଙ୍କୁ ନୋଟିସ

ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଭାରତୀୟଙ୍କ ଅଡୁଆ ବଢିଛି

1,023

କନକ ବ୍ୟୁରୋ : ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଭାରତୀୟଙ୍କ ଅଡୁଆ ବଢିଛି । ଭାରତ ସରକାରଙ୍କୁ ଖାତାଧାରୀଙ୍କ ନାମ ଓ ତଥ୍ୟ ଦେବା ପୂର୍ବରୁ ଭାରତୀୟ ଆକାଉଂଟ ହୋଲଡରଙ୍କୁ ନୋଟିସ ପଠାଇଛି ସ୍ୱିସ୍ ବ୍ୟାଙ୍କ । ଗତ ସପ୍ତାହରେ ସ୍ୱିସ୍ ବ୍ୟାଙ୍କରେ ଆକାଉଂଟ ଥିବା ୧୨ ଜଣ ଭାରତୀୟଙ୍କୁ ସ୍ୱିଜରଲାଣ୍ଡର ଟିକସ ପ୍ରଶାସନ ନୋଟିସ ପଠାଇଛି । ସେହିପରି ମାର୍ଚ୍ଚରୁ ଅପ୍ରିଲ ଶେଷ ସପ୍ତାହ ସୁଦ୍ଧା ୨୫ଜଣ ଭାରତୀୟଙ୍କୁ ନୋଟିସ କରାଯାଇଛି । କେବଳ ୨୧ ତାରିଖରେ ୧୧ ଜଣ ଭାରତୀୟଙ୍କୁ ନୋଟିସ ହୋଇଥିବା ଖବର ମିଳିଛି ।

ସେହିପରି ସ୍ୱିଜରଲାଣ୍ଡ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରି ଖାତାଧାରୀଙ୍କ ନାମ ପ୍ରକାଶ କରାଯାଇଛି । ତେବେ ନାମ ଗୁଡିକ ସର୍ଟ ଫର୍ମରେ ଥିବା ବେଳେ କେଉଁ ଦେଶର ନାଗରିକ ଓ ଜନ୍ମ ତାରିଖ ମଧ୍ୟ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଆକାଉଂଟ ହୋଲଡରଙ୍କ ନାମ ଓ ସୂଚନା ଭାରତ ସରକାରଙ୍କୁ ଦେବା ପୂର୍ବରୁ ଏହା ବିରୋଧରେ ଅପିଲ କରିବାର ଶେଷ ସୁଯୋଗ ଦେବାକୁ ନୋଟିସ କରାଯାଇଛି । ଆଉ ଏଥିପାଇଁ ଆକାଉଂଟ ହୋଲଡରଙ୍କୁ ସ୍ୱିଜରଲାଣ୍ଡ ଟିକସ ପ୍ରଶାସନ ୩୦ ଦିନର ମହଲତ ଦେଇଛି ।