ସ୍ୱାମୀ ଭେଙ୍କେଟେଶ୍ୱର ମନ୍ଦିରରେ ଥିବା ବିଦେଶୀ ମୁଦ୍ରାକୁ ବିଦେଶ ପଠାଯିବ ! ଖୁବଶୀଘ୍ର ଆରମ୍ଭ ହେବ ରପ୍ତାନୀ ପ୍ରକ୍ରିୟା

123

କନକ ବ୍ୟୁରୋ : ଭାରତରେ ଥିବା ଅନେକ ହିନ୍ଦୁ ମନ୍ଦିରରେରେ ବିଦେଶୀ ମୁଦ୍ରା ଗଚ୍ଛିତ ଥିବା ନେଇ ଅନେକ ସମୟରେ ତଥ୍ୟ ପ୍ରକାଶ ପାଇଛି । ତେବେ କେଇଁ ମନ୍ଦିରରେ କେତେ ପରିମାଣରେ ଏହା ରହିଛି ତାହା ଜଣାପଡିନାହିଁ । ତେବେ ଏହି ବିଦେଶୀ ମୁଦ୍ରାକୁ ବାହାର ଦେଶକୁ ଦେଇ ସେଠାରୁ ଆସିବାକୁ ଥିବା ଟଙ୍କାରେ ମନ୍ଦିରର ବିକାଶ କରିବା ପାଇଁ ଅନେକ ମନ୍ଦିର ଟ୍ରଷ୍ଟ ବୋର୍ଡ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ ଭେଙ୍କଟେଶ୍ୱର ମନ୍ଦିରରେ ଗଚ୍ଛିତ ହୋଇ ଥିବା ପ୍ରାୟ ୬୦ ଟନ୍ ଓଜନର ବିଦେଶୀ ମୁଦ୍ରାକୁ କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତ ତେଲୁଗୁ ପ୍ରବାସୀ ଭାରତୀୟମାନେ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହଯୋଗରେ ଏପି ନନ୍-ରେସିଡେନ୍ଣ୍ଟ୍ ତେଲୁଗୁ ସୋସାଇଟି ତିରୁମାଲା ତିରୁପତି ଦେବସ୍ଥାନମ୍ ଠାରୁ ଉକ୍ତ ମୁଦ୍ରାଗୁଡ଼ିକର ବାସ୍ତବ ମୂଲ୍ୟ ଦେଇ ସେ ସବୁ ନେଇଯିବ ବୋଲି ଜଣାପଡିଛି । ସେଠାକାର ଜଣେ ଟିଟିଡି ଅଧିକାରୀ କହଛନ୍ତି: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବିଦେଶୀ ନୋଟ୍ ଏକ୍ସଚେଞ୍ଜ୍ କରାଯାଇ ଭାରତୀୟ ଟଙ୍କା ଅଣାଯାଏ। କିନ୍ତୁ ମୁଦ୍ରାର ପରିମାଣ ସ୍ୱଳ୍ପ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ୍ ତାହା ବଦଳାଇ ହୁଏ ନାହିଁ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ବୁଝାମଣା ହୋଇଥିଲେ ବି ସୁଫଳ ମିଳି ନ ଥିଲା।

ମୁଦ୍ରାଗୁଡ଼ିକୁ ସମ୍ପୃକ୍ତ ଦେଶ ସମୂହକୁ ପଠାଇବା କଥା ମଧ୍ୟ ଟିଟିଡି ଚିନ୍ତା କରିଥିଲା। କିନ୍ତୁ ମୁଦ୍ରା ଠାରୁ ପରିବହନ ମୂଲ୍ୟ ଅଧିକ ହେଲା। ଗଚ୍ଛିତ ଥିବା ବିଦେଶୀ ମୁଦ୍ରାର ଆନୁମାନିକ ମୂଲ୍ୟ ୧ କୋଟିରୁ ଦେଢ଼ କୋଟି ଟଙ୍କା ହୋଇ ପାରେ ବୋଲି ସେ ଅଧିକାରୀଜଣକ କହିଛନ୍ତି। ଏପିଏନ୍ଆର୍ଟିର ଅଧ୍ୟକ୍ଷ ରବି କୁମାର ବେମୁରି କହନ୍ତି ଯେ ଏହି ମୁଦ୍ରାଗୁଡ଼ିକର ମାଙ୍ଗଳିକ ମୂଲ୍ୟ ରହିଛି। ପ୍ରତ୍ୟେକ ମାଙ୍ଗଳିକ ଅନୁଷ୍ଠାନରେ ଭାରତୀୟମାନେ ମୁଦ୍ରା ବ୍ୟବହାର କରନ୍ତି। ସେ ଆହୁରି କହନ୍ତି: ବିଶ୍ୱରେ ୧୧୧ଟି ଦେଶରେ ‘ଏପିଏନ୍ଆର୍ଟି’ର ୮୫ ହଜାର ସଦସ୍ୟ ଅଛନ୍ତି। ତେବେ ଏହି ଟଙ୍କା ପୂର୍ବରୁ କେବେ ଠାରୁ ଏଠାରେ ଗଚ୍ଛିତ ହୋଇ ରହିଥିଲା ତାହା ଜଣାପଡିନାହିଁ ଏବଂ ଓଡିଶାରେ ଥିବା ମନ୍ଦିର ଗୁଡିକରେ ବିଦେଶୀ ମୁଦ୍ରା ରହିଛି କି ନାହିଁ ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କେତେକ ବୁଦ୍ଧିଜୀବି ସୂଚନା ଦେଇଛନ୍ତି ।